ମୁଣ୍ଡରେ ଟ୍ୟୁମରକୁ ବହୁଛନ୍ତି ସଂଧ୍ୟାରାଣୀ,ଚିକିତ୍ସା ପାଇଁ ଦରକାର କେବଳ ଆପଣଙ୍କ ସାହାଯ୍ୟ

ଯାଜପୁରଟାଉନ : ମାଆର ଗୋଡ ମାଡି ଦେଇ କୁନି ଝିଅ ଭାବୁଛି ମୋ ମାଆ କେତେ ଦିନ ଏମିତି କଷ୍ଟ ପାଉଥିବ । ପ୍ରଭୁ ମୋ ମାଆର ରୋଗକୁ ଭଲ କରିଦିଅ । କିଛି ଏମିତି କର ମୋ ମାଆ ପୁଣି ଆଗଭଳି ପୂରା ଭଲ ହେଇଯିବ । ସାହାଯ୍ୟ କର ମୋ ମାଆକୁ ପ୍ରଭୁ ।  ଦୁଃଖଦୁର୍ଦ୍ଦଶାରେ ବିତୁଛି ଜୀବନ । ଲୁହଲହୁରେ ଦିନ କାଟୁଛନ୍ତି ଛତିଶ ରତନପାଳ ଗାଁର ସୁଧାକର ଯେନାଙ୍କ ପରିବାର । ଘରେ ବାପା, ମାଆ, ପତି, ପତ୍ନୀ ଓ ସେମାନଙ୍କର ତିନି ଝିଅଙ୍କୁ ମିଶାଇ ଘରେ ୭ପ୍ରାଣୀ କୁଟୁମ୍ବ । ଏତେବଡ ପରିବାରକୁ ଜଣେମାତ୍ର ରୋଜଗାରିଆ । ସେ ପୁଣି ସୁଦୂର କର୍ଣ୍ଣାଟକରେ କୌଣସି ଏକ କାରଖାନାରେ ଦାଦନ ଖଟନ୍ତି । ତେବେ ଏତେ ଜଣ ପରିବାରଙ୍କୁ ଓଳିଏ ଖାଇବାକୁ ଦେଇ ବଞ୍ଚାଇ ରଖିବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ବେମାର ପତ୍ନୀ ସଂନ୍ଧ୍ୟାରାଣୀଙ୍କ ଚିକିତ୍ସା ଆଉ ଏକ ବଡ ବୋଝ ସାଜିଛି । ପତ୍ନୀ ସଂନ୍ଧ୍ୟାରାଣୀ ଏବେ ବ୍ରେନ ଟ୍ୟୁମର ରୋଗରେ ପିଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । କୋଭିଡ୍ ଦିନ ଠାରୁ ଘରର ପରିସ୍ଥିତି ଆହୁରି ଅଧିକ ଜଟିଳ ହେବାରେ ଲାଗିଛ ।
ଦୁଇବର୍ଷ ତଳେ ସଂନ୍ଧ୍ୟାରାଣୀ ତୃତୀୟ କନ୍ୟାକୁ ଜନ୍ମଦେଲେ । ଆଉ ପିଲା ଜନ୍ମ ହେବା ପରେ ରୋଗର ଲକ୍ଷଣ ଦେଖାଦେଲା । ଏହା ପର ଠାରୁ ସ୍ବାମୀ ସୁଧାକର ବାରମ୍ବାର ସରକାରୀ ଡାକ୍ତରଖାନା ଠୁଁ ଆରମ୍ଭ କରି ବିଭିନ୍ନ ଘରୋଇ ମେଡିକାଲରେ ଚିକିତ୍ସା କରାଇଛନ୍ତି । ହେଲେ ରୋଗ କମିବ କଣ ବରଂ ବଢିଚାଲିଛି । ବ୍ରେନ ଟ୍ୟୁମରରେ ପିଡିତ ହୋଇ ସଂନ୍ଧ୍ୟାରାଣୀ ନାନା ଯନ୍ତ୍ରଣା ଭୋଗୁଛନ୍ତି । ଘରର କାମଧନ୍ଦା ବି କରିବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି । ଏବେ ଅର୍ଥ ହିଁ ତାଙ୍କର ଚିକିତ୍ସା ପାଇଁ ବାଧକ ସାଜିଛି । ଏଭଳି ସ୍ଥିତିରେ ସରକାରୀ ସ୍ତରରେ ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲେ ସେ ସୁସ୍ତ ହେବା ସହ ପରିବାରକୁ ସୁଖ ଫେରି ଆସନ୍ତା ବୋଲି ସଂନ୍ଧ୍ୟାରାଣୀଙ୍କ ଶ୍ବଶୁର କହିଛନ୍ତି ।
ପରିବାର ଲୋକେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି । ମହିଳାଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଗୁହାରୀ ଜଣାଇଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ସରକାରୀ ବ୍ୟବସ୍ଥା ଅନୁଯାୟୀ ମହିଳାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ସଂନ୍ଧ୍ୟାରାଣୀଙ୍କ ଚିକିତ୍ସା ପାଇଁ ପରିବାରକୁ ସହଯୋଗର ହାତ ବଢାଇବାକୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ଆପତ୍ତି ଜଣାଇଛନ୍ତି ପରିବାର । ତେବେ ଏ ଦିଗରେ ଆଶୁ ପଦକ୍ଷେପ ନିଆଗଲେ ଶିଶୁ ମାନଙ୍କୁ ମାତୃତ୍ବ ମିଳିବା ସହିତ ପରିବାରକୁ ସୁଖ ଶାନ୍ତି ଫେରିଆସନ୍ତା । ଅନ୍ୟପଟେ ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ସଂନ୍ଧ୍ୟାରାଣୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାଙ୍କୁ ଏହି ମୋବାଇଲ ନମ୍ବର ସହ ଦିଅଯାଇଥିବା ବ୍ୟାଙ୍କ ଏକାଉଁଟ ମଧ୍ୟ୍ୟମରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ
Bank Name:-  bank of india
A/c- 558910510001147
IFSC:-SKID0005589
Name- Sandhya rani Jena
Mob- 9505271354
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.