ଓଡିଶାରେ ଶୁଭାରମ୍ଭ ହୋଇଛି ସାନଟାରି ନାପକିନ ଯୋଜନା

ଭୁବନେଶ୍ବର (କେନ୍ୟୁଜ୍) : ଶୁଭାରମ୍ଭ ହୋଇଛି ସାନଟାରି ନାପକିନ ଯୋଜନା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତିନୋଟି ତୈଳ କମ୍ପାନୀ ସହାୟତାରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରତି ବ୍ଲକରେ ସାନିଟାରୀ ନାପକିନ ସେଣ୍ଟର ଖୋଲାଯିବ । ଆଜି ଠାରୁ ୧୦୦ଟି ସେଣ୍ଟର କାର୍ୟ୍ୟକାରୀ ହୋଇଛି । ଆଗକୁ କମନ ସର୍ଭିସ ସେଣ୍ଟର ବା ସିଏସସି ମାଧ୍ୟମରେ ୫୦୦ରୁ ଉର୍ଦ୍ଧ୍ୱ ସେଣ୍ଟର ଖୋଲାଯିବ । ଏହି ଯୋଜନା ମାଧ୍ୟମରେ ଗୋଟିଏ ୟୁନିଟରେ ୧୦ ଜଣ ମହିଳା ରୋଜଗାରକ୍ଷମ ହୋଇପାରିବେ । ମହିଳାମାନେ ମାସିକ ୫ହଜାରରୁ ୧୫ ହଜାର ଟଙ୍କା ରୋଜଗାର ମଧ୍ୟ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।