ବାରବାଟୀ ଜମି ଦୁର୍ନୀତି ମାମଲା : ଇଡିରେ ହାଜର ହେଲେ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଂଜିିତ ସାମଲ

ଭୁବନେଶ୍ବର : ଇଡିରେ ହାଜର ହେଲେ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଂଜିତ ସାମଲ। ବାରବାଟୀ ଜମି ଜାଲିଆତି ମାମଲାରେ ସେ ହାଜର ହୋଇଛନ୍ତି। ବେଆଇନ ନିର୍ମାଣ ଓ ଆର୍ଥିକ କାରବାର ନେଇ ଅଧିକାରୀମାନେ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରୁଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଥିଲା। ସୂଚନା ଅନୁଯାୟୀ, ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ଜମି କେଳେଙ୍କାରୀ ଏବଂ ଆର୍ଥିକ ଅନିୟମିତତା ଘଟଣାରେ ଇଡି ୨୦୧୭ରେ ଏକ ମାମଲା ରୁଜୁ କରିଥିଲା।