ସଂସ୍କାରଧାମ ପ୍ରତିନିଧିମଣ୍ଡଳୀର କିଟ୍‌ ଓ କିସ୍‌ ପରିଦର୍ଶନ: ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାକୁ କଲେ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍): ସଂସ୍କାରଧାମ ପ୍ରତିନିଧିମଣ୍ଡଳୀର କିଟ୍‌ ଓ କିସ୍‌ ପରିଦର୍ଶନ । ଅମୃତ ଭାଇ ପଟେଲ୍‌, ଦିଲ୍ଲୀପ ଠାକର ଏବଂ ଲାଲଚାନ୍ଦ ସୋନୀଙ୍କ ସମେତ ଗୁଜରାଟ ସଂସ୍କାରଧାମର ଏକ ପ୍ରତିନିଧିମଣ୍ଡଳୀ କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି । ସେମାନେ କିଟ୍‌ର ସମସ୍ତ କ୍ୟାମ୍ପସ ସହ କିସ୍‌ର ସମସ୍ତ ୟୁନିଟ୍‌ ପରିଦର୍ଶନ କରି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାକୁ ବେଶ ପ୍ରଶଂସା କରିଥିଲେ । କିଟ୍‌ ଓ କିସ୍‌ ବିଷୟରେ ସେମାନେ ପୂର୍ବରୁ ଅନେକ ଜାଣିଥିଲେ ମଧ୍ୟ ଏହାକୁ ପ୍ରତ୍ୟକ୍ଷ ପରିଦର୍ଶନ ନିମନ୍ତେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଡ. ସାମନ୍ତ ପୂର୍ବରୁ ସଂସ୍କାରଧାମ ପରିଦର୍ଶନ କରିବା ସମୟରେ ସେଠାକାର ପ୍ରତିନିଧିଙ୍କୁ କିଟ୍‌ ଓ କିସ୍‌ ପରିଦର୍ଶନ ପାଇଁ ଅନୁରୋଧ କରିଥିଲେ । ସେମାନେ କ୍ୟାମ୍ପସ ପରିଦର୍ଶନ କରିବା ସହ ଡ. ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଡ. ସାମନ୍ତ ସେମାନଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ସଂସ୍କାରଧାମ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରୁଥିବା ବେଳେ କିସ୍‌ ସେମାନଙ୍କୁ ଅଧିକ ପ୍ରେରଣା ଦେଇଛି ବୋଲି ସେମାନେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.