ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା

ଭୁବନେଶ୍ବର : ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟସଭା ସେକ୍ରେଟାରିଏଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସାନ୍ତାଳୀ ସହ ଡୋଗ୍ରି, କୋଙ୍କଣି, ସିନ୍ଧି ଓ କାଶ୍ମୀରୀ ଭାଷାକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟସଭାରେ ମାନ୍ୟତାପ୍ରାପ୍ତ ଭାଷା ସଂଖ୍ୟା ୨୨ରେ ପହଞ୍ଚିଛି। ମାନ୍ୟତା ମିଳିବା ପରେ ସାଂସଦମାନେ ସାନ୍ତାଳୀ ଭାଷାରେ ଆଲୋଚନା କରିପାରିବେ। ମଙ୍ଗଳବାର ଏହି ଭାଷାକୁ ଆନୁଷ୍ଠାନିକ ମାନ୍ୟତା ମିଳିଥିବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ସୂଚନା ଦେଇଛନ୍ତି। ରାଜ୍ୟରେ କଳିଙ୍ଗ ଟିଭି ପ୍ରଥମ ଚ୍ୟାନେଲ ଭାବେ ସାନ୍ତାଳି ଭାଷାରେ ବୁଲେଟିନ୍ ପ୍ରସାରଣ କରୁଛି।

Leave A Reply

Your email address will not be published.