ରାଜ୍ୟ ଗଣମାଧ୍ୟମରେ ଇତିହାସ ରଚିଲା କଳିଙ୍ଗ ଟିଭି: ପ୍ରଥମ ଥର ସାନ୍ତାଳି ଭାଷାରେ ନ୍ୟୁଜ ପ୍ରସାରଣ

santali newsଭୁବନେଶ୍ବର : କଳିଙ୍ଗ ଟିଭିର ଆଉ ଏକ ନୂଆ ପ୍ରୟାସ । ଗଣମାଧ୍ୟମ ଇତିହାସରେ ପ୍ରଥମ । ଆଜିଠାରୁ କଳିଙ୍ଗ ଟିଭିରେ ଆରମ୍ଭ ହୋଇଛି ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ନ୍ୟୁଜ୍‌ ବୁଲେଟିନ୍‌ ‘ସାନ୍ତାଳି ଖବର’ । କିଟ୍‌ କିସ୍‌ ଓ କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ‘ସାନ୍ତାଳି ଖବର’ ବୁଲେଟିନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସମେତ ଦେଶର ପାଞ୍ଚଟି ରାଜ୍ୟ ବିହାର, ଝାଡ଼ଖଣ୍ଡ, ଆସାମ, ପଶ୍ଚିମବଙ୍ଗରେ ବସବାସ କରନ୍ତି ପ୍ରାୟ ଦେଢ଼କୋଟି ସାନ୍ତାଳ ସଂପ୍ରଦାୟର ଲୋକ । ସେମଧ୍ୟରୁ କେବଳ ମୟୁରଭଞ୍ଜରେ ଅଛନ୍ତି ପ୍ରାୟ ୧୫ ଲକ୍ଷ । ଜନଜାତିଙ୍କ ପାଇଁ ଏହି ସ୍ୱତନ୍ତ୍ର ବୁଲେଟିନ୍‌ ସମସ୍ତଙ୍କୁ ଭଲ ଲାଗିବ ବୋଲି ଆଶା ପ୍ରକାଶ କରିବା ସହ ଏହି ଅବସରରେ ସମସ୍ତ ଆଦିବାସୀ ଭାଇଭଉଣୀଙ୍କୁ ଡକ୍ଟର ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.