ସ୍ବାମୀ ସଞ୍ଜୀବ ପଣ୍ଡାଙ୍କ ହାତରୁ ଦାୟିତ୍ବ ଗ୍ରହଣ କଲେ ସନ୍ତୋଷ ବାଲା ପଣ୍ଡା

ସ୍ବାମୀଙ୍କ ହାତରୁ ଦାୟିତ୍ବ ଗ୍ରହଣ କଲେ ସ୍ତ୍ରୀ । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ଦାୟିତ୍ବ ନେଇଛନ୍ତି ଆଇପିଏସ୍ ଅଫିସର ସନ୍ତୋଷ ବାଲା ପଣ୍ଡା । ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ତାଙ୍କ ସ୍ବାମୀ ତଥା ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ।

ଭୁବନେଶ୍ୱର: ସ୍ବାମୀଙ୍କ ହାତରୁ ଦାୟିତ୍ବ ଗ୍ରହଣ କଲେ ସ୍ତ୍ରୀ । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ଦାୟିତ୍ବ ନେଇଛନ୍ତି ଆଇପିଏସ୍ ଅଫିସର ସନ୍ତୋଷ ବାଲା ପଣ୍ଡା । ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ତାଙ୍କ ସ୍ବାମୀ ତଥା ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ଟ୍ବିନ ସିଟିର ପୋଲିସ କମିଶନର ଭାବରେ ଦାୟିତ୍ବ ନେଇଛନ୍ତି । ଏହାପରେ ସନ୍ତୋଷ ବାଲାଙ୍କୁ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଦାୟିତ୍ବ ହସ୍ତାନ୍ତର କରିଛନ୍ତି ସଞ୍ଜୀବ ପଣ୍ଡା । ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୀବ ପଣ୍ଡା । ସେହିପରି ଡ. ସନ୍ତୋଷ ବାଲା ହେଉଛନ୍ତି ୧୯୯୫ କ୍ୟାଡର ଆଇପିଏସ ଅଫିସର ।