ଜେଲରୁ ମୁକୁଳିଲେ ସନ୍ତୋଷ ରାଉଳ ଓରଫ ସାରଥି

କେନ୍ଦ୍ରାପଡା (କେନ୍ୟୁଜ୍) : ଜେଲରୁ ମୁକୁଳିଲେ ସନ୍ତୋଷ ରାଉଳ ଓରଫ ସାରଥି । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ସାରଥିଙ୍କ ପକ୍ଷରୁ ବେଲ୍ ବଣ୍ଡ ଓ ଅନ୍ୟ କାଗଜପତ୍ର ଦାଖଲ ପରେ ହାଇକୋର୍ଟ ରିଲିଜ ଅର୍ଡର ଦେଇଛନ୍ତି । ଏହି ରିଲିଜ ଅର୍ଡର ପହଞ୍ଚିବା ପରେ ଚୌଦ୍ୱାର ଜେଲରୁ ସାରଥି ବାହାରିଛନ୍ତି । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ଗତ ୨୨ ତାରିଖରେ ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଥିଲେ । ଦୁଇ ଲକ୍ଷ ଟଙ୍କା ଲେଖାଁଏ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ସର୍ତ୍ତମୂଳକ ଜାମିନ ପାଇଛନ୍ତି। ସର୍ତ୍ତ ଏହା ଯେ ସେ ମାମଲାର ସାକ୍ଷୀମାନଙ୍କୁ କୌଣସି ପ୍ରକାର ପ୍ରଭାବିତ କରିପାରିବେ ନାହିଁ । କୋର୍ଟଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ ଏବଂ ପ୍ରତି ତାରିଖରେ କୋର୍ଟରେ ହାଜର ହେବେ । ଏହାପୂର୍ବରୁ ହାଇକୋର୍ଟ ଗୋଟିଏ ଓ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ ସାରଥିଙ୍କୁ ଜାମିନ ପ୍ରଦାନ କରିଥିଲେ । ଗତ ୨୦୧୫ ଅଗଷ୍ଟ ୮ରେ କ୍ରାଇମବ୍ରାଞ୍ଚ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଆଶ୍ରମରେ ଚଢାଉ କରି ତାଙ୍କୁ ଗିରଫ କରାଯାଇଥିଲା । ଏହାପରଠୁ ସେ ଚୌଦ୍ୱାର ଜେଲରେ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.