ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ ଉତ୍ସବ ଶ୍ରୀବାଣୀ କ୍ଷେତ୍ରରେ ଉଦ୍ଘାଟିତ, ଯୋଗ ଦେଲେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ
ଭୁବନେଶ୍ବର(କେନ୍ୟୁଜ୍): ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ ଉତ୍ସବ ଶ୍ରୀବାଣୀ କ୍ଷେତ୍ରରେ ଉଦ୍ଘାଟିତ ହୋଇଛି। ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମଞ୍ଚ ଉପରକୁ ଅତିଥିଙ୍କୁ ପାଛୋଟି ନେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉତ୍ସବର ଉଦ୍ଘାଟନ କରିଥିଲେ। ପରେ ପରେ କାଦମ୍ବିନୀ ଓ କୁନି କଥାର ସଂପାଦିକା ଡକ୍ଟର ଇତି ସାମନ୍ତ କାଦମ୍ବିନୀ ଓ କୁନିକଥାର ଶାରଦୀୟ ସଂଖ୍ୟା ନେଇ ମଞ୍ଚକୁ ଆସିଥିଲେ। ସମବେତ ଅତିଥୀ ପତ୍ରିକା ଉନ୍ମୋଚନ କରିଥିଲେ। ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।