ନୟାଗଡ ଜିଲ୍ଲା ଅନ୍ତର୍ଗତ କୁରାଳ ପାଞ୍ଚୟତକୁ ୪୮ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କଲେ ସରପଞ୍ଚ

ନୟାଗଡ: ଗତ ଦୁଇଦିନ ଭିତରେ ନୟାଗଡ ଜିଲ୍ଲା ଅନ୍ତର୍ଗତ କୁରାଳ ଗ୍ରାମପାଞ୍ଚୟତ କ୍ଵାରେଣ୍ଟାଇନ ସେଣ୍ଟରରୁ ୧୭ ଜଣ ଅନ୍ତେବାସୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ନିଜ ଜିଲ୍ଲାପାଳ କ୍ଷମତାକୁ ବ୍ୟବହାର କରିଛନ୍ତି । ୪୮ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତେ ସୁରାଟ ଫେରନ୍ତା ପ୍ରବାସୀ ଥିବା ଜଣାଯାଇଛି । ଦୁଇଦିନ ତଳେ ଆସି କୁରାଳ ଗ୍ରାମରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।

ଅତ୍ୟାବଶ୍ୟକ ଔଷଧ ଦୋକାନ ଓ ମେଡିକାଲ କେସକୁ ଛାଡି କେହି ଘରୁ ବାହାରିପାରିବେନି ବୋଲି ଘୋଷଣା କରିଛନ୍ତି ସରପଂଚ । ଏହି ନିୟମକୁ କଡାକଡି ଭାବେ ସମସ୍ତଙ୍କୁ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ କୁରାଳ ପଂଚାୟତର ସରପଞ୍ଚ ଝିଲି ପ୍ରଧାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.