କଣ୍ଟାବାଞ୍ଜି(କେନ୍ଯୁଜ୍) : ସରସ୍ୱତୀ ଭୋଇ । ପରିବାର କହିଲେ ପୁଅ ଓ ବୋହୁ । ୧୫ବର୍ଷ ତଳେ ମାନସିକ ଭାରସମ୍ୟ ହରାଇ, ସ୍ୱାମୀ କେଉଁଆଡେ ଚାଲି ଯାଇଛନ୍ତି। ସରସ୍ୱତୀ ୫ ବର୍ଷ ହେଲା ସ୍ତନ କର୍କଟରେ ଆକ୍ରାନ୍ତ। ଛଟପଟ ହୋଇ ଦିନ କାଟୁଛନ୍ତି। ଯନ୍ତ୍ରଣା କମିବାର ନାଁ ଧରୁନି । ପାଖରେ ଯାହା ଥିଲା ସବୁ ଚିକିତ୍ସାରେ ସାରି ଦେଇଛନ୍ତି । ସଞ୍ଚିତ ଅର୍ଥ ସରିଯିବା ପରେ ଏବେ ସରସ୍ୱତୀ ଅସହାୟ ।
କର୍କଟରେ ଆକ୍ରାନ୍ତ ହେବା ପରେ ଅନେକ ଜାଗାରେ ଚିକିତ୍ସିତ ହୋଇଥିଲେ ସରସ୍ୱତୀ । ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ହେଲେ କିଛି ଲାଭ ହେଲାନି। ସରସ୍ୱତୀଙ୍କ ଅବସ୍ଥା ବିଷୟରେ ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ବ୍ୟବସ୍ଥା କରିବେ ବୋଲି କହିଥିଲେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର । ଅନ୍ଯପଟେ ବଲାଙ୍ଗୀର ଜିଲ୍ଲାପାଳଙ୍କର ମଧ୍ଯ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସରସ୍ୱତୀଙ୍କୁ କିପରି ଉପଯୁକ୍ତ ଚିକିତ୍ସା ମିଳି ପାରିବ ସେ ଉପର ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତିା