ଇଂଲଣ୍ଡରେ ପାଳନ ହେଲା ସରସ୍ୱତୀ ପୂଜା, ବିଦ୍ୟାରମ୍ଭ ପାଇଁ ଖଡି ଛୁଇଁଲେ ଛୋଟ ଛୁଆ

କେନ୍ୟୁଜ୍(ବ୍ୟୁରୋ):ପବିତ୍ର ଶ୍ରୀପଂଚମୀ ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍ ବାଥ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ବାଗ୍‌ଦେବୀ ମା’ ସରସ୍ୱତୀଙ୍କ ପୂଜା ଓ ବସନ୍ତ ପଂଚମୀ ଉତ୍ସବ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ମନ୍ଦିରରେ ସ୍ଥାନୀୟ ଭକ୍ତମାନେ ମା’ ସରସ୍ୱତୀଙ୍କୁ ପୂଜା କରିଥିଲେ । ଏହିଦିନ ସେଠାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଚତୁର୍ଦ୍ଧାବିଗ୍ରହଙ୍କୁ ନୂତନ ବସ୍ତ୍ର ପରିଧାନ କରିବା ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଛୋଟ ଛୋଟ ପିଲା ଓ ଛାତ୍ରଛାତ୍ରୀମାନେ ନୂଆଁ ପୋଷାକ ପିନ୍ଧିବା ସହ ବିଦ୍ୟାରମ୍ଭ ପାଇଁ ଖଡି ଛୁଇଁ ଥିଲେ । ପୂଜା ଦିନ ବହୁ ପ୍ରବାସୀ ଭାରତୀୟମାନେ ଯୋଗଦେଇଥିଲେ । ଏହି ଉତ୍ସବରେ ୪୦୦ରୁ ଉର୍ଦ୍ଦ ଶ୍ରଦ୍ଧାଳୁ ଯୋଗ ଦେବା ସହ ପ୍ରସାଦ ସେବନ କରିଥିଲେ । ବିର୍ସଜନ ପର୍ଯ୍ୟନ୍ତ ବାଥ୍ ଜଗନ୍ନାଥ ମନ୍ଦିର ପରିସରରେ ସମୂହ ଆରତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆସନ୍ତା ରବିବାର ଦିନ ମା’ ସରସ୍ୱତୀଙ୍କ ବିର୍ସଜନ ପାଇଁ ଧୂମଧାମରେ ଆୟୋଜନ ଚାଲିଛି।

ଏହି ପରି ହିନ୍ଦୁ ଉତ୍ସବ ଓ ପାରଂପରିକ ପର୍ବପର୍ବାଣୀରେ ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍‌ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । “ବାଗଦେବୀଙ୍କ ପୂଜା ପରମ୍ପରା ସହ ସନାତନ ଧର୍ମ ଓ ଶ୍ରୀଜଗନ୍ନାଥ ସଂସ୍କତି ପ୍ରଚାର ପ୍ରସାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଏହି କାର୍ଯ୍ୟକ୍ରମକୁ ନେଇ ମତ ରଖିଛନ୍ତି” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.