କଂଗ୍ରେସକୁ ମିଳିଲା ନୂଆ ମୁଖିଆ, ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶାର କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି । ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ହାଇକମାଣ୍ଡ । ପୂର୍ବରୁ ଶରତ ପଟ୍ଟନାୟକ ପିସିସି ସଭାପତି ବି ରହିଥିଲେ । ଆଜି ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଘୋଷଣା କରିଛନ୍ତି ।

sarat

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥି ସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ । ଏବେ ତାଙ୍କ ଉପରେ ପୁଣିଥରେ ଭରସା କରି ତାଙ୍କୁ ପିସିସି ସଭାପତି ଭାବେ ଘୋଷଣା କରିଛି ଏଆଇସିସି। ଦୀର୍ଘ ୧୮ ବର୍ଷ ପରେ ଏବେ ଶରତ ପଟ୍ଟନାୟକ ପୁଣି ରାଜ୍ୟ କଂଗ୍ରେସର ମଙ୍ଗ ଧରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.