ସରକାର କା ମାଲ ଦରିଆ ମେ ଡାଲ.. ଅସହାୟ ଛାତ୍ରଛାତ୍ରୀଙ୍କୁ ମିଳୁନି ପୋଷାକ କିନ୍ତୁ ଜଙ୍ଗଲରେ ଫୋପଡ଼ା ଯାଉଛି

କରଞ୍ଜିଆ(କେନ୍ୟୁଜ୍): ସର୍ବଶିକ୍ଷା ଅଭିଯାନ। ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। ଆଜ୍ଞା ସରକାରଙ୍କ ଏହି ଯୋଜନା ଦ୍ବାରା ପ୍ରାଥମିକ ଶିକ୍ଷାକୁ ସବୁ ଶିଶୁଙ୍କ ପାଖରେ ପହଞ୍ଚାଇବାର ପ୍ରମୁଖ ଲକ୍ଷ୍ୟ ରଖାଯାଇଛି। ତାହା କାର୍ଯ୍ୟକାରୀ କରିବା ସହିତ ଅଭିଭାବକ,ଶିକ୍ଷକ ସଂଗଠନ,ଶ୍ରେଣୀଗୃହ ନିର୍ମାଣ,ପୁସ୍ତକ ପ୍ରକାଶନ ଓ ବିତରଣ ପ୍ରଭୃତି ଅନେକ କାର୍ଯ୍ୟ ଏହି ଅଭିଯାନ ମାଧ୍ୟମରେ କରାଯାଉଛି। ଯେଉଁଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ଯ କରୁଛନ୍ତି। ହେଲେ ସରକାରୀ ବାବୁମାନେ ଏହାକୁ ପ୍ରକ୍ରୁତରେ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି ତ?

ତେବେ ଏଭଳି କିଛି ଘଟଣା ନଗରରେ ଯାହା ପଡିଛି ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ।  ବିତରଣ କରିବା ବଦଳରେ ଜନଶୁନ୍ଯ ଜଙ୍ଗଲ ଭିତରେ ଫୋପାଡା ହୋଇଛି ପୁଳାପୁଳା ସ୍କୁଲ ପୋଷାକ। ପ୍ଯାକେଟ ଖୋଲି ନଥିବା ଏତେ ଗୁଡିଏ ନୂଆ ପୋଷାକ ଦେଖି ଯେକେହି ଆଶ୍ଚର୍ଯ୍ଯ ହେବା ସ୍ୱାଭାବିକ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ପରିବାର ଗରୀବ ସୀମାରେଖା ତଳେ ରହୁଛନ୍ତି। ଶିକ୍ଷା କ୍ଷେତ୍ରରେ ସେମିତି ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବହୁତ କମ ରହୁଥିବା ଦେଖିବାକୁ ମିଳୁଛି। ସେହିଭଳି ଡ୍ରପଆଉଟ ପିଲାଙ୍କ ସଂଖ୍ଯା ନେଇ ଉଦବେଗ ବୃଦ୍ଧି ପାଉଛି। ବିଦ୍ୟାଳୟରେ ପିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ଯୋତା ପ୍ରଭୃତି ବିନାମୂଲ୍ଯରେ ବିତରଣ କରୁଥିବା ବେଳେ ଏସମସ୍ତ ସୁବିଧା ବାସ୍ତବରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି।

ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ବର୍ଷକୁ ଦୁଇହଳ ପୋଷାକ ଦିଆଯାଏ। ତେବେ କେଉଁ ସ୍ଥିତିରେ ରରୁଆଁ ଥାନା ପଛପଟେ ବନଦୁର୍ଗା ମନ୍ଦିରକୁ ଲାଗିରହିଥିବା ସଂରକ୍ଷିତ ଜଙ୍ଗଲରେ ଶିକ୍ଷା ଅଧିକାର, ସର୍ବଶିକ୍ଷା ଅଭିଯାନ ଲୋଗ ରହିଥିବା ହଜାର ହଜାର ନୂଆ ପୋଷାକ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ବୁଦ୍ଧିଜୀବୀ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେଉଁ କାରଣରୁ ସରକାରୀ ବିଦ୍ୟାଳୟରେ ପଢୁଥିବା ଗରିବ ପିଲାଙ୍କ ପାଇଁ ଆସିଥିବା ଏତେ ପରିମାଣର ନୂଆ ପ୍ଯାକେଟରେ ଥିବା ଫ୍ରକ୍(ୟୁନିଫର୍ମ) ନଷ୍ଟ କରିବା ଉଦ୍ଦେଶ୍ଯ ବୁଝାପଡୁନାହିଁ। ଏଦିଗରେ ବିଭାଗୀୟ ଅଧିକାରୀ ତଦନ୍ତ କଲେ କିଏ କାହିଁକି ପୁଳା ପୁଳା ପୋଷାକ ବିତରଣ କରିବା ବଦଳରେ ଫୋପାଡି ଦେଇଛି ଜଣାପଡିବ।

କାହାକୁ ମିଳୁନି କିନ୍ତୁ କୋଉଠି ଫୋପାଡା ଯାଉଛି। ଆଜ୍ଞା ଅସହାୟ ପିଲାଙ୍କୁ ଡ୍ରେସ ଖଣ୍ଡେ ମିଳିବା ସାତ ସପନ। କିନ୍ତୁ ସର୍ବଶିକ୍ଷା ଅଭିଯାନରେ ବଣ୍ଟା ଯିବାକୁ ଥିବା ଡ୍ରେସ ଜଙ୍ଗଲର ପଡୁଛି। ଏଭଳି ଘଟଣାର ତଦନ୍ତ ହେବା ନିହାତୀ ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.