ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ବ୍ରେନ୍‌ ମ୍ୟାପିଂ, ନୟାଗଡ଼ କୋର୍ଟରେ ଆବେଦନ କରିବ SIT

ନୟାଗଡ଼: ଜେଲ ଭିତରେ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସରୋଜ ସେଠୀ । ଏବେ ଏସଆଇଟି ହତ୍ୟା ବିରୋଧରେ ଯୋଗାଡ଼ କରୁଛି ସାଇଣ୍ଟିଫିକ୍‌ ତଥ୍ୟ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ବ୍ରେନ୍‌ ମ୍ୟାପିଂ କରାଯିବ । ଏନେଇ ନୟାଗଡ଼ କୋର୍ଟରେ ଆବେଦନ କରିବ ଏସ୍‌ଆଇଟି ।

ସେପଟେ ଯଦୁପୁର ଗାଁଲୋକ କେହି ଗାଁ ଛାଡି ଯାଇପାରିବେ ନାହିଁ ବୋଲି ଏସ୍‌ଆଇଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏସ୍‌ଆଇଟି ନୟାଗଡ଼ରେ ନଥିବା ବେଳେ କେହି ଗାଁ ଛାଡି ଯାଇପାରିବେ ନାହିଁ । ଯେଉଁ ସମୟରେ ଯାହାକୁ ଡକାଯିବ, ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି । ଗାଁଲୋକେ ଏସ୍‌ଆଇଟିକୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.