ବିଲ୍ କରୁନଥିବାରୁ ଶେଷରେ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଗୋଡ ଧରି ମୁଣ୍ଡିଆ ମାରିଲେ ସରପଞ୍ଚ

ଆଠମଲ୍ଲିକ: ବିନା ଲାଞ୍ଚ କାରବାରରେ ସତରେ କଣ କିଛିବି ହଉନି। ଦୌଡି ଦୌଡି ସାଧାରଣ ଲୋକଙ୍କର ଚପଲ ସରିଯାଉଛି, ତଥାପି କାମ କିନ୍ତୁ ହବାର ନା ଧରୁନି । ଏଭଳି ଅନେକ ସମୟରେ ଶୁଣିବାକୁ ଏବଂ ଦେଖିବାକୁ ବି ମିଳେ କି, ସରକାରୀ ବାବୁମାନେ ବିନା ପିସିରେ କିଛି ବି କାମ କରନ୍ତି ନାହିଁ । ଯାହାଫଳରେ ଗରିବ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଲାଞ୍ଚ ଦେଇନପାରି ସେମିତି ହନ୍ତସନ୍ତ ଜୀବନ କାଟନ୍ତି । ଯାହାକୁ ନେଇ ପୁଣି ଆସିଛି ଏକ ଅଭିଯୋଗ । ଯାହାର ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥିଙ୍କ ନାରେ ଆସିଛି ଏହି ଅଭିଯୋଗ । ତେବେ ଭିଜୁଆଲରେ ଦେଖିବାକୁ ମିଳୁଛି କି, ହାତ ଯୋଡି, ପାଦ ଧରି ମୁଣ୍ଡିଆ ମାରି ଗୁହାରୀ କରୁଛନ୍ତି ଜଣେ ବ୍ୟକ୍ତି ।  ତେବେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ପାଦ ଧରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଖୋଦ ସରପଞ୍ଚ । ସରପଞ୍ଚଙ୍କର ଯଦି ଏ ଅବସ୍ଥା, ତେବେ ସାଧାରଣଙ୍କ ଲୋକଙ୍କ ପରିସ୍ଥିତି କଣ ହେଉଥିବ ଥରେ ଭାବିଲେ ଦେଖି । ଏଭଳି ଏକ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ ।

ସରପଞ୍ଚ ଜଣକ ଯାହା ଅଭିଯୋଗ କରିଛନ୍ତି କି,  ପିସି ନଦେବାରୁ ବିଲ୍ କରୁନାହାନ୍ତି ଆସିଷ୍ଟାଣ୍ଟ ଇଞ୍ଜିନିଅର ରାମଚନ୍ଦ୍ର ଶତପଥି । ତେବେ  କୁଦ ଗାଁ ସରପଞ୍ଚ  ସିଦ୍ଧାର୍ଥ ଶଙ୍କର କ୍ଷେତି  ପିସି ଦେଇନପାରି ଶେଷରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ପାଦ ଧରି ନେହୁରା ହୋଇଛନ୍ତି । ତେବେ ପୂର୍ବରୁ ଆଠମଲ୍ଲିକ ବ୍ଲକରେ ବିନା ପିସିରେ ଏହି ବାବୁ ବିଲ୍ କରୁନଥିବା ନେଇ ବହୁବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ତେବେ ଏହି ଘଟଣାରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ଏହି ଅଭିଯୋଗ ସତ, ତେବେ ଏ ଦିଗରେ ଉଚିତ୍ ତଦନ୍ତ କରାଯିବା ନିହାତୀ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like