ଆଳି ସଂସିଧା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କଲେ ସରପଞ୍ଚ, କରୋନା ପାଇଁ ଚାଲିଛି ରକ୍ଷାଯଜ୍ଞ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ସଂସିଧା ପଞ୍ଚାୟତରେ କରୋନାସ୍ଥିତି ଉଦବେଗଜନକ ରହିଛି। ଗତ ୭ ତାରିଖ ଜନୈକ ୪୦ ବର୍ଷିୟ ଯୁବକ ଓ ୧୧ ତାରିଖରେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁପରେ ପଞ୍ଚାୟତରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି। ସଂସିଧା ପଞ୍ଚାୟତର ସଂସିଧା ଓ ଠାକୁରପାଟଣା ଗ୍ରାମରେ ଏବେ ୪୦ ରୁ ଊର୍ଦ୍ଧ୍ଵ ଲୋକ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି। ସ୍ଥିତିର ଗମ୍ଭୀରତା ଦେଖି ସଂସିଧା ସରପଞ୍ଚ ମମତା ଭୂୟାଁ ଆଜିଠାରୁ ଏକସପ୍ତାହ ଯାଏ ସଂପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି।

ସରପଞ୍ଚଙ୍କ ଘୋଷଣାନାମା ଅନୁଯାୟୀ ପଞ୍ଚାୟତ ଲୋକେ ବାହାରକୁ ଓ ବାହାର ଲୋକେ ପଞ୍ଚାୟତ ସୀମା ଭିତରକୁ ଆସୁନାହାନ୍ତି। ଅପରପକ୍ଷରେ ଆତଙ୍କିତ ପଞ୍ଚାୟତବାସୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଗତକାଲି ସଂସିଧାର ମାର୍କଣ୍ଢେଶ୍ବର ମନ୍ଦିରରେ ରକ୍ଷାଯଜ୍ଞ କରିଥିଲେ। ପଞ୍ଚାୟତରେ ୨ ଜଣଙ୍କର ମୃତ୍ୟୁ ଓ ୩୧ ଜଣଙ୍କର କରୋନା ପଜେଟିଭ ବାହାରିବା ପରେ ପଞ୍ଚାୟତବାସୀଙ୍କ ମତାମତ ନେଇ ସଂସିଧା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବୋଲି ସରପଞ୍ଚ ମମତା ଭୂୟାଁ କହିଛନ୍ତି।

Leave A Reply

Your email address will not be published.