ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର

ବୌଦ୍ଧ : ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର । ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଲିଗଲେ ସରପଞ୍ଚଙ୍କ ସ୍ତ୍ରୀ । ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁୟାୟୀ ଶ୍ରୀବନ୍ତ ମେହେର ଓ ତାଙ୍କ ପତ୍ନୀ ବିଷ୍ଷୁପ୍ରିୟା ଶ୍ରୀବନ୍ତ ଘରେ ଥିଲେ । ଆଜି ସକାଳେ ବିଷ୍ଣୁପ୍ରିୟା ରୋଷେଇ କରୁଥିବାବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇଥିଲା । ତାଙ୍କ ଚିତ୍କାର ଶୁଣି ଶ୍ରୀବନ୍ତ ବଞ୍ଚାଇବାକୁ ଧାଇଁ ଆସିଥିଲେ । ନିଆଁ ଲାଗି ଘଟଣାସ୍ଥଳରେ ବିଷ୍ଷୁପ୍ରିୟାଙ୍କ ମୃତ୍ୟୁ ହୋଇଥିବାବେଳେ ଶ୍ରୀବନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି ।