ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା : ଶଶିଭୂଷଣ ବେହେରାଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶଶିଭୂଷଣ ଏବେ ଅର୍ଥ ଓ ଅବକାରୀ ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ସେହିପରି ରମେଶ ମାଝିଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରମେଶ ମାଝି ଏବେ ଅନସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଅଛନ୍ତି ।