ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଦାସଙ୍କୁ ତେରେଚ୍ଛା ବାଣ ମାରିଲେ ସସ୍ମିତ ପାତ୍ର, କହିଲେ ମହାଲିଙ୍ଗ କଲେଜର ଟ୍ରଷ୍ଟି ଅଛନ୍ତି ଭକ୍ତଙ୍କ ପୁଅ କ୍ରାନ୍ତି

କେନ୍ୟୁଜ୍(ବ୍ୟୁରୋ):  ତେଜୁଛି ମହାଲିଙ୍ଗ ସନସାଇନ ସ୍କୁଲ ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜନୀତି। ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ଜିଲ୍ଲାର ଏସପି ଓ ଡିଆଇଜିଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେପଟେ ସାମ୍ବାଦିକ ସମ୍ମିଳନୀରେ ଭକ୍ତଙ୍କୁ ଜବାବ ମାଗିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସାଂସଦ ସସ୍ମିତ ପାତ୍ର। ମହାଲିଙ୍ଗ କଲେଜର ଫାଉଣ୍ଡର ଟ୍ରଷ୍ଟି ଗୋବିନ୍ଦ ସାହି ରହିଥିବା ବେଳେ ୨ୟ ଟ୍ରଷ୍ଟି ହେଉଛନ୍ତି ଭକ୍ତ ଚରଣ ଦାସଙ୍କ ପୁଅ କ୍ରାନ୍ତି ବୋଲି କହିଛନ୍ତି ସସ୍ମିତ। ଏହାସହ କ୍ରାନ୍ତିଙ୍କ ବିଭିନ୍ନ ଦସ୍ତାବିଜ ମଧ୍ୟ ଦେଖାଇଛନ୍ତି।

କଳାହାଣ୍ଡି ମହାଲିଙ୍ଗ କଲେଜକୁ ପରିଚାଳନା କରୁଥିବା ଫାଉଣ୍ଡର ଟ୍ରଷ୍ଟିର ସଭାପତି ଅଛନ୍ତି କ୍ରାନ୍ତି। ସାଂସଦ ପାଣ୍ଠିରୁ ମଧ୍ୟ କଲେଜକୁ ଟଙ୍କା ଦେଇଥିଲେ ଭକ୍ତ ଦାସ। କଲେଜ ଉଦ୍‌ଘାଟନ ବେଳର ଫଳକରେ ଭକ୍ତ ଚରଣଙ୍କ ନାଁ ରହିଛି। ଏହା ସହ ମମିତା, ଗୋବିନ୍ଦ ଓ ଭକ୍ତଚରଣ ଦାସ ଥିବା କିଛି ଫଟୋ ମଧ୍ୟ ଦେଖାଇଛନ୍ତି ସସ୍ମିତ। ଓଡ଼ିଶା କଂଗ୍ରେସ ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସେ ଦୋହରାଇଛନ୍ତି। ସକାଲେ ଭକ୍ତ ଦାସ କରିଥିବା ସାମ୍ବାଦିକ ସମ୍ମିଳନୀ ବିଜେପି ଇଙ୍ଗିତରେ କରିଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଏହା ସହ ସସ୍ମିତ କହିଛନ୍ତି  ଓଡିଶା କଂଗ୍ରେସ ଓ ବଜେପି ମଧ୍ୟରେ ରହିଛି ମଧୁଚନ୍ଦ୍ରିକା କଂଗ୍ରେସ ହେଉଛି  ରାଜ୍ୟ ବିଜେପିର ବି ଟିମ। ୨୫ ଜାନୁଆରୀ ୨୦୨୦ ମସିହାରେ ଭକ୍ତ ଦାସ ସେ କଲେଜ ଯାଇଥଲେ ସେଠି ସେ ହଷ୍ଟେଲର ଉଦଘାଟନ କରିଥିଲେ । ଭକ୍ତ ବାବୁ ଯେଉଁ ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି କାହିଁକି ନା ସେ କଲେଜ ଯାଇ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ତେଣୁ ଭକ୍ତ ଦାସ ମଧ୍ୟ ଏହି କଲେଜର କାର୍ଯ୍ୟକ୍ରମରେ ଯୋଗଦେଇ ସେ ମଧ୍ୟ ଅଭିଯୁକ୍ତ। ଭକ୍ତ ବାବୁଙ୍କ ବିରୋଧରେ ତାଙ୍କ ଦଳ ପକ୍ଷରୁ ବହୁବାର ଅନେକ ଅଭିଯୋଗ ଅଛି। ଏପରିକି ତେଲେଙ୍ଗାନାରେ ଟିକେଟ ଦେବା ପାଇଁ ଭକ୍ତ ବାବୁ  ୩ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ମଧ୍ୟ ଅଭିଯୋଗ ଅଛି।  ଏପରିକି ବିହାର ପ୍ରଭାରୀ ଭାବେ ଭକ୍ତ ମଧ୍ୟ ଟିକେଟ ବିକ୍ରି କରିବା ନେଇ ଅଭିଯୋଗ ଆସିଛି। ଭକ୍ତ ଭାରତୀୟ ଜନତା ପାର୍ଟିର ଏଜେଣ୍ଟ ସାଜିଛନ୍ତି।  ବିହାର ଆରଜେଡି ସହ ବିହାରରେ କଂଗ୍ରେସ ସମ୍ପର୍କ ତୁଟାଇବା ପଛରେ ଭକ୍ତଙ୍କ ସମ୍ପୂର୍ଣ ହାତ।  ଯେଉଁଥିରେ ବଜେପି ଫାଇଦା ପାଇଚି .ତେଣୁ ବିଜେଡିକୁ ଆଙ୍ଗୁଠି ଉଠେଇବା ଆଗରୁ ନିଜକୁ ଦେଖନ୍ତୁ ।

ସେହିଭଳି ବିଜୟ ମହାପାତ୍ରଙ୍କ ଅଭିଯୋଗର ବାସ୍ତବତା ନାହିଁ ବୋଲି ସସ୍ମିତ ମତ ରଖିଛନ୍ତି। ସେ କହିଛନ୍ତି ଯଦି ବିଜୟ ମହାପାତ୍ରଙ୍କ ପାଖକୁ କିଛି ତଥ୍ୟ ରହିଛି ତାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହେବା ଦରକାର।ଏହି ଘଟଣା ର ତଦନ୍ତକାରୀ ଅଧିକାରୀ ପୂର୍ବରୁ ଏନ ଆଇ ଏ ରେ ଥିଲେ। ତେଣୁ ତାଙ୍କ ତଦନ୍ତ ଠିକ କି ଭୁଲ ସେ କଥା ବିଜେପି କିମ୍ବା ବିଜୟ ମହାପାତ୍ର ଅଧିକ ଜାଣନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.