ଧର୍ମେନ୍ଦ୍ରଙ୍କୁ ସସ୍ମିତ ପାତ୍ରଙ୍କ ୩ଟି ପ୍ରଶ୍ନ, ଜାଣନ୍ତୁ କଣ ପଚାରିଲେ ବିଜେଡି ମୁଖପାତ୍ର

ଭୁବନେଶ୍ବର : କୋଲ ବ୍ଲକ ଆବଣ୍ଟନ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଭୂତ କଂପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ତତ୍କାଳୀନ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ କୋଇଲା ଖଣି ଲିଜ ଦେଇଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ସେପଟେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟକୁ ଦୃଢ ନିନ୍ଦା କରିଛି ବିଜେଡି। ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ‘ବ୍ୟାପମ୍‌ ଦୁର୍ନୀତିରେ ଧର୍ମେନ୍ଦ୍ରଙ୍କ କ’ଣ ହାତ ଅଛି? ଗ୍ୟାଙ୍ଗଷ୍ଟର ଟିଟୋକୁ ୨ଟି ପେଟ୍ରୋଲ ପମ୍ପ ଦେବା ପଛରେ ତାଙ୍କର କ’ଣ ରହିଛି ଭୂମିକା? ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ପଛରେ ଧର୍ମେନ୍ଦ୍ରଙ୍କ କ’ଣ ଲିଙ୍କ୍‌ ରହିଛି? ଏହି ମାମଲାରେ ଉତ୍ତରାଖଣ୍ଡରେ ଅପରାଧୀଙ୍କୁ ଗେଷ୍ଟହାଉସ ଯୋଗାଇଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ ଚ୍ୟାଲେଞ୍ଜ କରିଛନ୍ତି ସସ୍ମିତ ପାତ୍ର । ସେହିପରି ପି.ସି.ପାରେଖ ତାଙ୍କ ପୁସ୍ତକରେ ଧର୍ମେନ୍ଦ୍ରଙ୍କ କଥା କ’ଣ ଉଲ୍ଲେଖ କଲେ । ଧର୍ମେନ୍ଦ୍ର ଇ-ଅକ୍ସନକୁ ବଦଳାଇବା ପାଇଁ ଚାପ ପକାଇଥିଲେ କି ବୋଲି ପ୍ରଶ୍ନ ପଚାରିଛନ୍ତି ସସ୍ମିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.