ଭୁବନେଶ୍ବର(କେନ୍ୟୁଜ୍) : ସହିଦଙ୍କ ମରଶରୀରରେ ବିଜେଡି ପତାକା ଢଙ୍କାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ମୁଖପାତ୍ର ସସ୍ମିତ ପାତ୍ର। ଏହା ଏକ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ସସ୍ମିତ। ଏଥିରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନେ ଦଳର ହୋଇନଥାଇ ପାରନ୍ତି। ତେବେ ଏଥିରେ ସଂପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଦଳ ଏଭଳି କାର୍ଯ୍ୟକୁ କଦାପି ସ୍ୱୀକୃତି ଦିଏନାହିଁ। ସହିଦଙ୍କ ପ୍ରତି ବିଜେଡିର ଯଥେଷ୍ଟ ସମ୍ମାନ ରହିଛି ବୋଲି ସେ କହିଛନ୍ତି। କଶ୍ମୀରର ଅରିହଲ ଠାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ କାମାକ୍ଷାନଦର ବଡ଼ସୁଆଁଳ ଗାଁର ସହିଦ ଅଜିତ ସାହୁଙ୍କ ମରଶରୀର ଗାଁକୁ ଆସିବା ବେଳେ ଏଥିରେ ବିଜେଡିର ପତାକା ଢଙ୍କାଥିବା ଦେଖାଯାଇଥିଲା। ତେବେ ଏହାକୁ ପରେ ହଟାଇ ଦିଆଯାଇଥିଲା। କିନ୍ତୁ ମରଶରୀରରେ ବିଜେଡି ପତାକା ଢଙ୍କାଯିବାର ଫଟୋ ଭାଇରାଲ ହୋଇଥିଲା।