ସାତକୋଶିଆରେ ବାଘ ଭୟ !

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ କାହ୍ନା ମହାବଳ ବାଘ ଭୟ। ଏହା ବିରୋଧରେ ମେଳି କରିଛନ୍ତି ହଜାର ହଜାର ଗାଁଲୋକ। ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଆନୁକୂଲ୍ୟରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗାଁର ହଜାର ହଜାର ପୁରୁଷ ଓ ମହିଳା ଅନୁଗୁଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଥିଲେ। ବାଘ ଭୟରେ ସେମାନଙ୍କ ଜୀବନ ଜୀବିକା ବନ୍ଦ ହେବାକୁ ବସିଥିବା ଅଭିଯୋଗ କରିଛନ୍ତି।

ଖୋଲାମେଲାରେ ବାଘ ବିଚରଣ କରୁଥିବାରୁ ଲୋକଙ୍କ ଜୀବନ ଓ ଗୃହ ପାଳିତ ପଶୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ତେଣୁ ମହାବଳକୁ ତାର ଜାଲିରେ ରଖି ସୁରକ୍ଷା ଦିଅ, ନହେଲେ ମାରିଦେବାକୁ ହଜାର ହଜାର ଗାଁଲୋକ ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ୟାଘ୍ର ବଂଶ ବିସ୍ତାର ପାଇଁ କାହ୍ନା ଓ ବାନ୍ଧବଗଡରୁ ଗୋଟିଏ ବାଘ ଓ ବାଘୁଣୀକୁ ଅଣାଯାଇ ସାତକୋଶିଆ ଅଭୟାରଣ୍ୟରେ ଛଡା ଯାଇଛି।

Leave A Reply

Your email address will not be published.