ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପକୁ ବିରୋଧ କରି ତାତିଲେ ରାଇଗୋଡା ଗ୍ରାମବାସୀ : କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା

tiger strikeଅନୁଗୁଳ: କାହ୍ନାର ମହାବଳ ଓ ବାନ୍ଧବଗଡ଼ର ବାନ୍ଧବୀ ପାଇଁ ହେବ ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ । ଉଭୟଙ୍କୁ ସାତକୋଶିଆ ଜଙ୍ଗଲରେ ଛଡାଯିବା ନେଇ ପରାମର୍ଶ ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । କିନ୍ତୁ ଏହି ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ପାଇଁ ରାଇଗୋଡାରୁ ବିସ୍ଥାପିତ ହେବେ କିଛି ପରିବାର । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବିସ୍ଥାପିତ ପରିବାର । ଏହା ସହ ବିସ୍ଥାପିତ ହେବାକୁ ଯାଉଥିବା ଉକ୍ତ ୨୭ଟି ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦାବିରେ  କରିଛନ୍ତି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିରହିଛନ୍ତି।  ଶୀଘ୍ର ଥଇଥାନ ସହ କ୍ଷତିପୂରଣ ଦିଆନଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.