ବିଶ୍ଵର ସବୁଠୁ ଛୋଟ ଦୁର୍ଗା ମୂର୍ତ୍ତି ତିଆରି କଲେ ସତ୍ୟ, ଚକରେ ପ୍ରତିମା କରି ନିଜ ରେକର୍ଡ ନିଜେ ଭାଙ୍ଗିଲେ

ବିଶ୍ଵର ସବୁଠୁ ଛୋଟ ଦୁର୍ଗା ମୂର୍ତ୍ତି ତିଆରି କରିଲେ ସତ୍ୟ । ନିଜ ରେକଡ୍ ନିଜେ ଭାଙ୍ଗିଲେ ବାଲୁକା ଶିଳ୍ପୀ ସତ୍ୟ । ପୂର୍ବରୁ ଛୋଟ କାଠରେ ୧.୩ ସେମିର ମା’ ଦୁର୍ଗାଙ୍କ ମୂର୍ତ୍ତି ଓ ଚକରେ ୧ ସେମି ଦୁର୍ଗା ମୂର୍ତ୍ତି, ପଥରରେ ୧.୩ସେମି ମୂର୍ତ୍ତି ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏବେ ପୁଣି ନିଜ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ସତ୍ୟ । ସେ ଚକରେ ବିଶ୍ଵର ସବୁଠାରୁ ଛୋଟ ଦୁର୍ଗା ମା’ଙ୍କ ପ୍ରତିମା ତିଆରି କରିଛନ୍ତି ଯାହାର ଉଚ୍ଚତା ମାତ୍ର ୪ ଏମ୍ ଏମ୍ ହେବ । ଖାଲି ସେତିକି ନୁହେଁ ଏଥର ନୂତନ ଭାବେ କାଗଜରେ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଯାହାର ଉଚ୍ଚତା ୧୨

ଇଞ୍ଚ୍ ହୋଇଥିବା ବେଳେ ଓସାର ୧୩ ଇଞ୍ଚ୍ ହେବ । ଏହାକୁ ତିଆରି କରିବାକୁ ସତ୍ୟଙ୍କୁ ୩ ଦିନ ସମୟ ଲାଗିଥିଲା । ପ୍ରତିକ୍ରିୟାରେ ସତ୍ୟ କହିଛନ୍ତିକି ଏହାକୁ ଜଳରେ ବିସର୍ଜନ କଲେ ଜଳ ପଦୁର୍ଷଣ ହେବନି । ମୂର୍ତ୍ତିଟି ଦେଖିବାକୁ ବି ଖୁବ ସୁନ୍ଦର ଲାଗୁଛି । ଖୁବ ଆକର୍ଷଣୀୟ ହୋଇଛି ମା ଦଶଭୁଜା ଦୁର୍ଗାଙ୍କ ପ୍ରତିମା । ମା ଏ ସଂସାରକୁ ସବୁ ବିପଦରୁ ରକ୍ଷା କରନ୍ତୁ ବୋଲି ଯାଚନା କରିଛନ୍ତି । ଆଉ ସବୁଠୁ ଖାସ କଥା ହେଉଛି ମୂର୍ତ୍ତିକୁ ରଖିବାକୁ ଅଧିକ ସ୍ଥାନ ଆବଶ୍ୟକ ହେବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.