ଛୋଟ ପତ୍ରରେ ସୁନ୍ଦର କଳା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ବାର୍ତ୍ତା ଦେଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା

ବ୍ରହ୍ମପୁର(କେନ୍ୟୁଜ୍ ): ଆସନ୍ତା କାଲି ବଡ଼ ଦିନ ବା ମେରୀ ଖ୍ରୀଷ୍ଟମାସ । ଖ୍ରୀଷ୍ଟ ଧର୍ମାଲମ୍ୱୀ ମାନେ ଡିସେମ୍ୱର ୨୫ ତାରିଖକୁ ଧୁମଧାମରେ ପାଳନ କରିଥାନ୍ତି । ତେବେ ଚଳିତ ଥର କରୋନା କଟକଣା ଯୋଗୁଁ ପ୍ରାୟତଃ ସ୍ଥାନରେ ଚର୍ଚ୍ଚ ଗୁଡ଼ିକ ବନ୍ଦ କରାଯାଇଛି ।

artଏହାକୁ ଦୃଷ୍ଟିରେ ରଖି ନିଜ ଘରେ ଏହି ପର୍ବ ପାଳନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏଭଳି ସ୍ଥିତିରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ଏକ ନିଆରା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ଏକ ଗଛର ଛୋଟ ପତ୍ରରେ ଅତି ନିଖୁଣ ଭାବେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।

You might also like