IAS ସ୍ତରରେ ଅଦଳବଦଳ, ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର : IAS ସ୍ତରରେ ବଡ଼ଧରଣର ଅଦଳବଦଳ । ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ୧୯୯୧ ବ୍ୟାଚର IAS ସତ୍ୟବ୍ରତ ସାହୁ । ଦେଓରଞ୍ଜନ କୁମାର ସିଂ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ACS । ଦେଓରଞ୍ଜନ କୁମାର ସିଂଙ୍କୁ SRC ଭାବେ ଅତିରିକ୍ତ ଦାୟିତ୍ବ । ଦେଓରଞ୍ଜନ କୁମାର ସିଂଙ୍କୁ ରାଜସ୍ବ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁ୍ ଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସୁରେନ୍ଦ୍ରଙ୍କୁ ସାଧାରଣ ପ୍ରଶାସନ, ସଂସଦୀୟ ବ୍ୟାପାର, OMC ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ବ ମିଳିଛି । ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗ ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ବ ମିଳିଛି । ବିଶାଲ ଗଗନ ହେଲେ ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର ।

ଉଷା ପାଢୀ ହେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ । ଉଷା ପାଢୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ବିଷ୍ଣୁପଦ ସେଠୀ ପ୍ରମୁଖ ସଚିବ SC/ST ଓ ସଂଖ୍ୟାଲଘୁ ବିଭାଗ ଅତିରିକ୍ତ ଦାୟିତ୍ବ ତୁଲାଇବେ । ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏନବିଏସ ରାଜପୁତଙ୍କୁ ଦକ୍ଷତାବିକାଶ ବିଭାଗର ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ବ ମିଳିଛି । ଶାଲିନୀ ପଣ୍ଡିତଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ସଚିବ ଓ ମିଶନ ଶକ୍ତି କମିଶନର ସେକ୍ରେଟାରୀ ଅତିରିକ୍ତ ଦାୟିତ୍ବ । ଏସ ଅଶ୍ବଥୀ ହେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ସଚିବ ।

ରୁପା ରୋଷନ ସାହୁ ହୋଇଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । ବଲୱନ୍ତ ସିଂ ହେଲେ ପର୍ଯ୍ୟଟନ ବିଭାଗ କମିଶନର ସଚିବ। ବଲୱନ୍ତ ସିଂଙ୍କୁ ଏମଡି ଓଏମସି, ଇଡକଲର ଅତିରିକ୍ତ ଦାୟିତ୍ବ ମିଳିଛି । ୟାମିନୀ ଷଡ଼ଙ୍ଗୀଙ୍କୁ କମିଶନର CT-GST ଅତିରିକ୍ତ ଦାୟିତ୍ବ । ବି. ପରମେଶ୍ବରନ ହେଲେ କେନ୍ଦ୍ରାଞ୍ଚଳ ଆରଡିସି। ସଚିନ ରାମଚନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ ଆରଡିସି ଦାୟିତ୍ବ ମିଳିଛି । ଏନ. ତିରୁମାଲା ନାଏକ ହେଲେ BDA ଭାଇସ ଚେୟାରମ୍ୟାନ । ଏନ. ତିରୁମାଲା ନାଏକଙ୍କୁ M.D. CRUT ଓ ଭୁବନେଶ୍ବର ସ୍ମାର୍ଟସିଟିର ଅତିରିକ୍ତ ଦାୟିତ୍ବ ମିଳିଛି । ସମର୍ଥ ବର୍ମା ହେଲେ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ । ସମର୍ଥ ବର୍ମାଙ୍କୁ M.D. OTDC ଓ OFDCର ଅତିରିକ୍ତ ଦାୟିତ୍ବ ମିଳିଛି । ଅନନ୍ୟା ଦାସ ହେଲେ ଓସେପା ପ୍ରୋଜେକ୍ଟ ଡାଇରେକ୍ଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like