ସତ୍ୟଜିତ ସାମଲର ଧୀରେ ଧୀରେ ଖୋଲୁଛି ଗୁମର, ଖୁବଶୀଘ୍ର ପତ୍ନୀ ସ୍ଵାତୀଙ୍କୁ ଜେରା କରିବ ପୋଲିସ

ଭୁବନେଶ୍ୱର : ପ୍ଲେ ବୟ ସତ୍ୟଜିତ ସାମଲର ଧୀରେ ଧୀରେ ଖୋଲୁଛି ଗୁମର । ସତ୍ୟଜିତକୁ ଦ୍ବିତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ବେଳେ ପୋଲିସ ତା’ଠାରୁ ବହୁ ରୋଚକପୂର୍ଣ୍ଣ ତଥ୍ୟ ହାସଲ କରୁଛି । ଧୀରେ ଧୀରେ ପୋଲିସ ଆଗରେ ସତ ଉଗାରୁଛି ଧୂର୍ତ୍ତ ସତ୍ୟଜିତ୍ । ସବୁଠୁ ବଡ଼ କଥା ହେଲା ସୁଚିନ୍ତିତ କ୍ରାଇମ ସିଣ୍ଡିକେଟରେ ସତ୍ୟଜିତର ମୁଖ୍ୟ ସହଯୋଗୀ ଥିଲା ତାର ପତ୍ନୀ । ମିଳିଥିବା ପାସପୋର୍ଟ ସତ୍ୟଜିତ ସାମଲ ଓ ତାଙ୍କ ପତ୍ନୀଙ୍କର ଉଭୟ ପାସପୋର୍ଟରେ ସ୍ପାଉସ୍ ଉଲ୍ଲେଖ ରହିଛି । ପାସପୋର୍ଟରେ ଥିବା ରହସ୍ୟମୟୀ ସ୍ତ୍ରୀଙ୍କ ନାଁ ସତ୍ୟଜିତ ମୋବାଇଲରେ ସ୍ଵାତୀ ପଟିଆ ୱାଇଫ ବୋଲି ସେଭ୍ କରିଛି। ଏବଂ ପାସପୋର୍ଟରେ ସ୍ଵାତୀଙ୍କ ନାଁ ସ୍ଵାତୀ ସୁଚରିତା ଦାସ ରହିଛି । ଜବତ ହୋଇଥିବା ଲାପଟପ୍ ରୁ ମିଳିଥିବା ଅନେକ ଅଶ୍ଳୀଳ ଭିଡିଓରେ ସ୍ୱାତୀଙ୍କ ଭୂମିକା ରହିଥିବା ଜଣା ପଡ଼ିଛି ।

ଏବେ ସ୍କାନରରେ ପତ୍ନୀ ରହିଥିବାରୁ ସ୍ବାତୀଙ୍କୁ ମଧ୍ୟ ସମନ କରାଯାଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । କିନ୍ତୁ ମହିଳା ଜଣକ ତା’ର କି ପ୍ରକାର ସ୍ତ୍ରୀ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । କାରଣ ଗିରଫ ହେବା ବେଳକୁ ସତ୍ୟଜିତ୍ ଓଡ଼ିଆ ଓ ଅଣଓଡ଼ିଆ ୫ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଥିଲା । ତେବେ ମହିଳାମାନଙ୍କୁ ଫସାଉଥିବା ସତ୍ୟଜିତର ଏହି କଳା କାରନାମାରେ ସେହି ସନ୍ଦିଗ୍ଧ ସଙ୍ଗିନୀର ବଡ଼ ଭୂମିକା ଥିବା ଅନୁମାନ କରୁଛି ପୋଲିସ ।

ସେହିପରି ପୁରୀ ମାଳତୀ ପାଟପୁର, ଭୁବନେଶ୍ୱର, ଯାଜପୁର ଓ ଅନେକ ସ୍ଥାନରେ ସତ୍ୟଜିତର ପ୍ଲଟ, ଘର ଥିବା ଜାଣିବାକୁ ପାଇଛି ପୋଲିସ । ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ସତ୍ୟଜିତ ଓ ସ୍ୱାତୀକୁ ମୁହାଁ ମୁହିଁ ଜେରା କରି ଅନେକ ଗୁମର ଫିଟାଇବ ବୋଲି ଆଶା ରଖିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like