ପୁଣି ବଡ଼ ପଦବୀରେ ଓଡ଼ିଆ : NCB ଡିଜି ହେଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟନାରାୟଣ ପ୍ରଧାନ

ଭୁବନେଶ୍ବର(କେନ୍ଯୁଜ୍):ପୁଣି ବଡ଼ ପଦବୀରେ ଓଡ଼ିଆ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB ଡିଜି ହେଲେ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର ସତ୍ୟନାରାୟଣ ପ୍ରଧାନ । ସେ ୨୦୨୪ ମସିହା ଅଗଷ୍ଟ ୩୧ ତାରିଖ ଅବସର ଗ୍ରହଣ ଯାଏ ଅଥବା ଅନ୍ୟାଦେଶ ପର୍ଯ୍ୟନ୍ତ ଏସଏନ ପ୍ରଧାନ ଏନସିବି ଡିଜି ପଦବୀରେ ରହିବେ ।

ପୂର୍ବରୁ ସେ NCBର ଇନଚାର୍ଜ ଡିଜି ଥିଲେ । ୧୯୮୮ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର IPS ଅଫିସର ସତ୍ୟ ପ୍ରଧାନ । ସେ NDRF ଡିଜି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଏନସିବି ଡିଜି ଏସନଏନ ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି, ବିଭିନ୍ନ ସଂସ୍ଥା ସହ ସମନ୍ଵୟ ରଖି କାର୍ଯ୍ୟ କରିବେ । ଟାର୍ଗେଟରେ ଅଛନ୍ତି ଡ୍ରଗ ଡିଲର ଓ ପେଡଲର । ସିଏ ଯେତେବଡ଼ ଲୋକ ହୋଇଥିଲେ ବି ଆଇନ ଅନୁସାରେ କାର୍ଯ୍ୟ କରିବେ । ଅଫିସରଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଅଭିଯୁକ୍ତ ଯେତେ ବଡ଼ ପଦପଦବୀରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.