ଆଜି ବିଧାନସଭା ଗୃହ କମିଟି ଆଗରେ ସତ୍ୟାପାଠ ଦାଖଲ କଲେ ଅଭିଜିତ୍ ଆୟାର ମିତ୍ର

ଭୁବନେଶ୍ବର(କେନ୍ଯୁଜ୍) : ସତ୍ୟାପାଠ ଦାଖଲ କଲେ ଅଭିଜିତ୍ ଆୟାର ମିତ୍ର । ଆଜି ବିଧାନସଭା ଗୃହ କମିଟି ଆଗରେ ଉପସ୍ଥିତ ରହି ସେ ସତ୍ୟପାଠ ଦାଖଲ କରିଛନ୍ତି । ଆଜି ତୃତୀୟ ଥର ପାଇଁ ଗୃହ କମିଟିରେ ହାଜର ହୋଇଥିଲେ ଅଭିଜିତ୍ । ଗତକାଲି ହାଜର ହୋଇଥିଲେ ମଧ୍ୟ ସତ୍ୟାପାଠ ଦାଖଲ କରିନଥିଲେ । ଏଥିପାଇଁ ଆଜି ଅଭିଜିତ୍ଙ୍କୁ ଶେଷ ସୁଯୋଗ ଦେଇଥିଲା କମିଟି । ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଜିତଙ୍କ ସତ୍ୟପାଠକୁ ଆଧାର କରି କମିଟି ପରବର୍ତ୍ତୀ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରିବ ।
କେବଳ ସ୍ୱାଧିକାର ଭଙ୍ଗ ନୁହେଁ ଅଲଗା ଦିଗକୁ ମଧ୍ୟ କମିଟି ତର୍ଜମା କରିପାରେ । ଓଡ଼ିଶା, କୋଣାର୍କ ମନ୍ଦିର ଓ ବିଧାୟକଙ୍କ ପ୍ରତି ଅପଶଦ୍ଦ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ । ଏନେଇ ତାଙ୍କ ନାଁରେ ଭୁବନେଶ୍ୱର ସହିଦନଗର ଓ କୋଣାର୍କ ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିବା ପରେ ଏବେ ସେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି । ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲାରେ ରଖାଯାଇଛି ।