ସୌରଜଳନିଧି ଯୋଜନାର ଶୁଭାରମ୍ଭ କଲେ ମୁଖ୍ଯମନ୍ତ୍ରୀ, ୨୭ କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ

ଭୁବନେଶ୍ବର(କେନ୍ଯୁଜ୍) : କୃଷକଙ୍କ ପାଇଁ ସରକାରଙ୍କ ନିଜସ୍ୱ ଯୋଜନା। ସଚିବାଳୟରେ ‘ସୌରଜଳନିଧି’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏହି ଯୋଜନା ଅନୁସାରେ ଅତିରିକ୍ତ୨ ହଜାର ୫୦୦ ଏକର ଅଣଜଳସେଚିତ ଜମି ଜଳସେଚିତ ହେବ । ରିହାତି ମୂଲ୍ୟରେ ସୌରଚାଳିତ ପାଣିପମ୍ପସେଟ୍ ଯୋଗାଇ ଦିଆଯିବ । ୫ ହଜାର ସୌରଚାଳିତ ପାଣିପମ୍ପ ସେଟ୍ ପାଇବେ କୃଷକ । ଏଥିପାଇଁ ୨୭ କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି ।