ଭୁବନେଶ୍ବର(କେନ୍ୟୁଜ୍) : କାଳିଆ ଯୋଜନାରେ ହିତାଧୀକାରୀଙ୍କୁ ଟଙ୍କା ପ୍ରଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷି ସଚିବ ସୌରଭ ଗର୍ଗ। ହିତାଧୀକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ହିତାଧୀକାରୀ ଜମାଖାତାରେ ଇ -ଟ୍ରାଞ୍ଜାକ୍ସନ ପାଇଁ ପ୍ରଥମେ ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ଲେଖାଏ ଅର୍ଥ ଟ୍ରାନ୍ସଫର କରାଯାଇଥିଲା। ପ୍ରଥମେ ୭ଲକ୍ଷ ହିତାଧୀକାରୀଙ୍କ ଜମାଖାତାରେ ଏହି ଅର୍ଥ ଜମା ହୋଇଥିଲା। ପରେ ଜାନୁଆରି ୨୫ ତାରିଖ ପରେ ହିତାଧୀକାରୀଙ୍କ ଜମାଖାତାକୁ ଟଙ୍କା ଜମା କରାଯାଇଛି। ସେହିପରି ଆୟକର ପ୍ରଦାନ କରୁଥିବା, ଆର୍ଥିକ ସ୍ୱଛଳ ଥିବା ବ୍ୟକ୍ତି ଏଥିରୁ ନିଶ୍ଚିତ ବାଦ ପଡ଼ିବେ। ସେମାନେ ନିଜେ ଯୋଜନାରୁ ଓହରି ଯିବା ପାଇଁ ରେଡ ଫର୍ମ ରହିଛି। ଯୋଜନାରେ ଟଙ୍କା ଜମା ନେଇ ଅନେକ ଗୁଜବ ଚାଲିଛି। ଏହାକୁ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।