ରାଜ୍ୟ

ଶ୍ରାବଣ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ ବାହାରିଛନ୍ତି କାଉଡ଼ିଆ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ପବିତ୍ର ଶ୍ରାବଣ ମାସ ଭଗବାନ ଭୋଳାନାଥଙ୍କୁ ବିଶେଷ ଭାବେ ସମର୍ପିତ କରାଯାଇଥାଏ। ଏହି ମାସରେ ପ୍ରତ୍ୟେକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଇଲ ମାଇଲ ବାଟ ଖାଲି ପାଦରେ ଚାଲି କାନ୍ଧରେ କାଉଡି ଭାର ଧରି ଭଗବାନଙ୍କ ନିକଟକୁ ଯାଇଥାନ୍ତି। ଆଖପାଖରେ ଥିବା ମନ୍ଦିର ସହ ବିଭିନ୍ନ ପ୍ରସିଦ୍ଧ ଶୈବ ପୀଠକୁ ଯାଇଥାନ୍ତି ଜଳଲାଗି କରିବା ପାଇଁ ।

ପ୍ରାୟ ଭକ୍ତ ମହାନଦୀରୁ ପାଣି ଉଠାଇ ପୁରୀ ଲୋକନାଥ, ଭୁବନେଶ୍ୱର ଲିଙ୍ଗରାଜ, ଗୋରଖନାଥ, କପିଳାସ, ଧବଳେଶ୍ବର, ଲକ୍ଷେଶ୍ୱର, ସିଦ୍ଧେଶ୍ୱର, ଲଡୁବାବା, ଆରଡ଼ି ଆଖଣ୍ଡଳମଣି, ହଂସନାଥ, ଅଷ୍ଟଶମ୍ଭୁ ଭଳି ପ୍ରତିଷ୍ଠିତ ଶୈବପୀଠ ଅଭିମୁଖେ ଯାତ୍ରା କରନ୍ତି କାଉଡ଼ି ଧରି।

ପୀଠର ଦୂରତାକୁ ଦୃଷ୍ଟିରେ ରଖି କିଏ ସୋମବାରର ପୂର୍ବ ଦିନ ଅବା ତାର ଦୁଇ ଦିନ ପୂର୍ବରୁ କାଉଡ଼ି ଧରି ପାଣିଭାର ସହ ଚାଲିବା ଆରମ୍ଭ କରି ଦିଅନ୍ତି । ରାତି ପାହିଲେ ଆସନ୍ତା କାଲି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ପୁଣି ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଏବେ ରାସ୍ତାରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । କାଉଡିଆମାନେ ପାଣି ଲାଗି କରିବା ପାଇଁ ନଦୀ ଓ ଜଳାଶୟରୁ ବାହାରି ସାରିଲେଣି।

କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁମ ଜପି ଜପି ଶ୍ରଦ୍ଧାଳୁ ଯାଉଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ବୋଲ ବମ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । ନୂଆ ବାହୁଙ୍ଗୀ, ଗଡଗଡିଆ ମାଳୀ, ରୁଦ୍ରାକ୍ଷ ମାଳି, ବୋଲବମ ପୋଷାକ ନେବା ନିମନ୍ତେ ବିଭିନ୍ନ ଦୋକାନରେ ଭିଡ଼ ଜମିଛି। । ଦୀର୍ଘ ଦୁଇ ବର୍ଷ ପରେ ଦୋକାନ ଖୋଲିଥିବାରୁ ଦୋକାନୀ ମଧ୍ୟ ଖୁସି ଅଛନ୍ତି ।

ଅନେକ କାଉଡିଆ ଭକ୍ତ କଟକ ମହାନଦୀ ଗଡ଼ଗଡ଼ିଆ ଘାଟରେ ପହଞ୍ଚି ସ୍ନାନ କରିବା ପରେ ସେଠାରେ ସମସ୍ତ ପୂଜା ନୀତି ସାରି ଅଭିଷ୍ଟ ଥିବା ଶୈବପୀଠ ଅଭିମୁଖେ ବାହାରିଛନ୍ତି। ଏମାନେ ସବୁ କଷ୍ଟକୁ ଭୁଲି ଅନେକ ବାଟ ଖାଲି ପାଦରେ ଚାଲି ଚାଲି ଆସନ୍ତି । ସେଥିପାଇଁ କାଉଡିଆ ଭକ୍ତଙ୍କୁ ସାହାଯ୍ୟ କରିବା ଲାଗି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ରାସ୍ତା କଡ଼ରେ ବ୍ୟବସ୍ଥା କରାଯାଇଛି । ବିଶ୍ରାମ ନେବା ସହ ସେମାନଙ୍କ ପାଇଁ ସାତ୍ୱିକ ଖାଦ୍ୟ, ଔଷଧ ଆଦିର ବ୍ୟବସ୍ଥା କରାଯାଇଛି। ଏହା ସହିତ ପାଣି ଭାର ରଖିବା ଲାଗି ସ୍ୱତନ୍ତ୍ର ସ୍ଥାନ କରାଯାଇଛି । କାରଣ ନିୟମ ଅନୁସାରେ କାଉଡ଼ିଆମାନେ ଜଳଭାରକୁ ତଳେ ରଖାଯିବ ନାହିଁ । ତେଣୁ ଏଥିଲାଗି ଆୟୋଜକମାନେ କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା ।

D Sonali

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

20 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

32 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

44 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

48 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago