ରାଜ୍ୟ

କାଲି ଶ୍ରାବଣ ମାସ ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନଙ୍କର ହେବ ଏଥରକ ପୁଣିଥର ମହା ମିଳନ । ଏଥିପାଇଁ କାଉଡିଆ ମାନେ ପାଣି ଲାଗି ପାଇଁ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଶ୍ରଦ୍ଧାଳୁ ଯାଉଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ବୋଲ ବମ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ନୁଆ ବାହୁଙ୍ଗୀ, ଗଡଗଡିଆ ମାଳୀ, ରୁଦ୍ରାକ୍ଷ ମାଳି, ବୋଲ୍ ବମ ପୋଷାକ ନେବା ନିମନ୍ତେ ବିଭିନ୍ନ ଦୋକାନରେ ଭିଡ଼ ଜମିଛି। । ଦୀର୍ଘ ଦୁଇ ବର୍ଷ ପରେ ଦୋକାନ ଖୋଲିଥିବାରୁ ଦୋକାନୀ ମଧ୍ୟ ଖୁସି ଅଛନ୍ତି ।

ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଶେଖ ନିମନ୍ତେ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କ ଭିଡ ଲାଗିବ । ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଜଳାଭିଷେକ ପାଇଁ ଏବେଠୁ ବ୍ୟାରିକେଡ୍‌ ବନ୍ଧା ଆରମ୍ଭ ହୋଇଛି। କରୋନା କଟକଣା ଦୃଷ୍ଟିରୁ କାଉଡ଼ିଆମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ଭକ୍ତ ଓ ସେବାୟତମାନେ ମାସ୍କ ପିନ୍ଧି ମନ୍ଦିରକୁ ଯିବେ। କାଉଡ଼ିଆମାନେ ସାମାଜିକ ଦୂରତା ରକ୍ଷା କରିବେ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଶ୍ରାବଣୀ ଜଳ ଢା‌ଳିବେ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ। ଭୋର୍‌ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଳା ଦର୍ଶନ ଆରମ୍ଭ ହେବ।

ସେପଟେ ଟ୍ରାଫିକ ନୟନ୍ତ୍ରଣପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛ । ମନ୍ଦିର ଭିତରେ ଓ ବାହାରେ ଓଡ୍ରଫ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ dcp ଙ୍କ ନେତୃତ୍ୱରେ 5 ACP ,8 IIC, 33 SI ଙ୍କ ସହ 6 ପ୍ଲାଟୁନ ପୋଲିସ ଫୋର୍ସ , 50 ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ ।

ସେହିପରି ଏଥରକ କଟକରେ ମଧ୍ୟ ଏହାକୁ ବଡ଼ ଧୂମଧାମରେ ପାଳନ କରାଯିବ। ଏଥିପାଇଁ ଗଡ଼ଗଡ଼ିଆ ଘାଟରେ ପହଁଚି ସ୍ନାନ କରିବା ପରେ ମହାନଦୀ ବାଲୁକାରେ ଶିବ ଲିଙ୍ଗ ସ୍ଥାପନ କରଛନ୍ତି ଭକ୍ତ। ସେଠାରେ ଥିବା ପୂଜକଙ୍କ ଦ୍ୱାରା କିମ୍ବା ନିଜେ ପୂଜାର୍ଚ୍ଚନା କରି ଅଭିଷ୍ଟ ଥିବା ଶୈବପୀଠ ଅଭିମୁଖେ ବାହାରିଛନ୍ତି। ମହାନଦୀରୁ ପାଣି ଉଠାଇ ପୁରୀ ଲୋକନାଥ, ଭୁବନେଶ୍ୱର ଲିଙ୍ଗରାଜ, ଗୋରଖନାଥ, କପିଳାସ, ଧବଳେଶ୍ବର, ଲକ୍ଷେଶ୍ୱର, ସିଧେଶ୍ୱର, ଲଡୁବାବା, ଆରଡ଼ି ଆଖଣ୍ଡଳମଣି, ହଂସନାଥ, ଅଷ୍ଟଶମ୍ଭୁ ଭଳି ପ୍ରତିଷ୍ଠିତ ଶୈବପୀଠ ଅଭିମୁଖେ ଯାତ୍ରା କରିଛନ୍ତି କାଉଁଡ଼ିଆ।

D Sonali

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

8 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

12 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

35 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

49 mins ago