ଯାଜପୁର ନେଉଳପୁର ବଜାରରୁ ସଟର୍‌ ଭାଙ୍ଗି ଏସବିଆଇ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର(କେନ୍ୟୁଜ୍): ଏଟିଏମ୍‌ ମେସିନ୍‌ ଲୁଟ୍‌ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ବଜାରରେ ଥିବା ଏସବିଆଇ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ ।

ଗତକାଲି ରାତିରେ ସଟର୍‌ ଭାଙ୍ଗି ମେସିନ୍‌ ଲୁଟି ନେଇଛନ୍ତି ଲୁଟେରା। ଆଜି ସକାଳୁ ଜଣେ ବ୍ୟବସ୍ଥାୟୀ ତାଲା ଭଙ୍ଗାଯାଇଥିବା ଦେଖି ଘର ମାଲିକଙ୍କୁ ଖବର ଦେଇଥିଲେ । ପରେ ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ । ଏଟିଏମ୍‌ରେ କେତେ ଟଙ୍କା ଥିଲା ସେନେଇ ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.