ଯାଜପୁର – ଏଟିଏମ ଭାଙ୍ଗିଲେ ଦୁର୍ବୁତ୍ତ। ଯାଜପୁର ଜିଲା ଧର୍ମଶାଳା ଥାନା କାଏମା ପେଟ୍ରୋଲ ପମ୍ପ ନିକଟରେ ଥିବା ଏସବିଆଇ ଏଟିଏମକୁ ଗତକାଲି ରାତିରେ ଦୁର୍ବୁତ୍ତ ଭାଙ୍ଗି ଚମ୍ପଟ ମାରିଛନ୍ତି । ଆଜି ସକାଳୁ ଏଟିଏମ ଭାଙ୍ଗିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏଟିଏମ ମେସିନର ସମ୍ମୁଖ ଭାଗ ଭଙ୍ଗାଯାଇଥିବା ବେଳେ କିଛି ଅଂଶ ଭାଙ୍ଗି ତଳେ ପଡିରହିଥିବା ଦେଖିବାକୁ ମିଳିଛି। ତେବେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଜାରକା ଏସବିଆଇ ଶାଖା ମ୍ୟାନେଜରଙ୍କ ସହ ଯୋଗାଯୋଗ କରାଯାଇଛି। ବୈଷୟିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।