ଚାଷକାର୍ଯ୍ୟରେ ବାଧକ ସାଜିଛି ନିଅଣ୍ଟିଆ ବର୍ଷା: ଜୁନ ୨୬ରୁ ଜୁଲାଇ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ୮ ପ୍ରତିଶତ କମ୍‌ ବର୍ଷା ହୋଇଥିବା ରେକର୍ଡ

ଭୁବନେଶ୍ବର: ଆକାଶରେ ମେଘ ଥିଲେ ବି ବର୍ଷା ହେଉନାହିଁ । ଯାହାଫଳରେ ଚାଷକାର୍ଯ୍ୟରେ ବାଧକ ସାଜିଛି ଏହି ନିଅଣ୍ଟିଆ ବର୍ଷା ।  ବିଲ ଫାଟି ଆଁ କଲାଣି । ଧାନ ଅମଳ ପାଇଁ ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଏହି ୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୫୯ ପ୍ରତିଶତରୁ କମ ବର୍ଷା ହୋଇଛି । ପୁରୀ ଜିଲ୍ଲାରେ ସ୍ୱାଭାବିକ ଠାରୁ ୫୪. ୩ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ସ୍ୱାଭାବିକ ଠାରୁ ୨୨.୧ ପ୍ରତିଶତ ଅଧିକ ବର୍ଷା ହୋଇଛି ।

୯ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ସୁବର୍ଣ୍ଣପୁରରେ ସ୍ୱାଭାବିକ ଠାରୁ ୧୯ରୁ ୩୯ ପ୍ରତିଶତ ମଧ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌, ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଓ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଏକ ଜୁନ ୨୬ରୁ ଜୁଲାଇ ମଧ୍ୟରେ ଓଡ଼ିଶାରେ ୪୫୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷା ୪୯୮.୬ମିମି ବର୍ଷା ଠାରୁ ୮ ପ୍ରତିଶତ କମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.