ଫନି ପ୍ରଭାବିତ ଅଞ୍ଚଳରେ କିଣିବାକୁ ମିଳୁନି ଚୁଡ଼ା, ଗୁଡ଼

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫନି ବାତ୍ୟା ଯୋଗୁଁ ରାଜ୍ୟର ଅନେକ କ୍ଷୟକ୍ଷତି ହୋଇଛି । ତା ସହିତ ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ବେପାର ବି ବୁଡ଼ି ଯାଇଛି । ଏବେ ଯଦି ଆପଣ ରାଜଧାନୀ ଭୁବନେଶ୍ୱରର ଯେକୌଣସି ଦୋକାନକୁ କିଛି କିଣିବାକୁ ଯିବେ ହୁଏତ ଅନେକ ସାମଗ୍ରୀ ଆପଣ ପାଇବେ ନାହିଁ । ବିଶେଷ କରି ଏବେ ଚୁଡ଼ା, ଗୁଡ଼ ଭଳି ଅତ୍ୟାବଶ୍ୟକ ଜିନିଷର ଘେଶର ଅଭାବ ଦେଖା ଦେଇଛି । ପ୍ରଥମତଃ ସ୍ଥାନୀୟ ଲୋକେ ନିଜ ଆବଶ୍ୟକତା ପାଇଁ ଏହାକୁ କିଣି ନେଇଛନ୍ତି ପୁଣି ରିଲିଫ ବାଣ୍ଟିବା ପାଇଁ ମଧ୍ୟ ବିଭିନ୍ନ ସଂଗଠନ ଚୁଡ଼ା ଶେଷ କରି ଦେଇଛନ୍ତି । ଏହି ମଉକାରେ କିଛି ବ୍ୟବସାୟୀ ଚୁଡ଼ାର ଦାମ୍‌ ବଢ଼ାଇ ଦେଇଥିବା ସୂଚନା ମିଳିଛି ।
ସେହିପରି ଲୋକାଲ ମାର୍କେଟ୍‌ ପାଇଁ ମୁଡୁକି, ସେଉ, ମିକ୍ସଚର ଆଦି ବିଭିନ୍ନ ପାଟି ସୁଆଦିଆ ଜିନିଷ ବି ମିଳୁ ନାହିଁ । କାରଣ ଏସବୁ ତିଆରି କରୁଥିବା ଲୋକଙ୍କ ଘ ଭାଙ୍ଗି ଯାଇଛି ଅଥବା ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁଁ ସେମାନେ ତିଆରି କରି ପାରୁନାହାନ୍ତି ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଏବେବି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ନାହିଁ ବିଜୁଳି ସେବା । ଗତକାଲି ବାରମ୍ବାର ଲୁଚକାଳି ଖେଳିବା ପରେ ଆଜି ମଧ୍ୟ ଅନେକଥର ବିଜୁଳି କଟୁଛି । ଯାହା ଲୋକଙ୍କ ଅସନ୍ତୋଷର କାରଣ ହୋଇଛି । ଏମିତିକି ଫୋନ୍‌ରେ ଜନସାଧାରଣ ଏବଂ ବିଦ୍ୟୁତ୍‌ କର୍ମଚାରୀଙ୍କ ଭିତରେ ପାଟିତୁଣ୍ଡ ହେବାର ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.