ରାଜ୍ୟ

ଏଣିକି ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି, ରାଜ୍ୟରେ ଆରମ୍ଭ ହେଲା ପୂର୍ବ ଭାରତର ପ୍ରଥମ ସ୍କ୍ରାପିଂ ୟୁନିଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆଉ ଗଡ଼ିବନି ୧୫ ବର୍ଷର ପୁରୁଣା ଯାନ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଡ଼ି ରହିଛି ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟର ଜିପ୍, କାର, ବସ୍, ଟ୍ରକ୍ । ସେହି ସବୁ ଯାନ ଗୁଡ଼ିକ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ ଏବଂ ନୂତନ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ମିଳିବ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସ୍କ୍ରାପିଂ ସୁବିଧା ଆରମ୍ଭ ହୋଇଛି । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତଠାରେ ରେସାଇକେଲ୍‌ ୱିଥ ରେଷ୍ପେକ୍ଟ ୟୁନିଟ ଆରମ୍ଭ ହୋଇଛି ।

ରାଜ୍ୟ ସରକାରଙ୍କ ବାଣିଜ୍ୟ, ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟକୁ ଉଦଘାଟନ କରିଛନ୍ତି । ପୁରୁଣା ଯାନଗୁଡ଼ିକ ଏଠାରେ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ । ଏଥିସହ ନୂଆ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଅଞ୍ଚଳରୁ ପୁରୁଣା ଯାନ ଗୁଡ଼ିକ ଏଠି ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ ଆରମ୍ଭ ହୋଇଛି ।

ଏହି ୟୁନିଟରେ ଦୈନିକ ୪୦ ଗାଡ଼ି ଖୋଲାଯାଇ ପାରିବ। ଏଥିପାଇଁ ଅତ୍ୟାଧୁନିକ ମେସିନ କାର୍ଯ୍ୟ କରିବା ସହିତ ଉନ୍ନତ ବୈଷୟିକ କୌଶଳ କାର୍ଯ୍ୟକାରୀ କରାଯାଉଛି ବୋଲି ଟାଟା ମୋଟର୍ସର ବଜନେସ ମୁଖ୍ୟ ସୂଚନା ଦେଇଛନ୍ତି। କେବଳ ସରକାରୀ ନୁହେଁ ଘରୋଇ ଯାନ ଗୁଡ଼ିକ ପାଇଁ ମଧ୍ୟ ଏହି ପଲିସିରେ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ । ଏହାଦ୍ବାର ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି ।

Barsha

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

10 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

14 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

16 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

22 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

34 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

40 mins ago