ଦାଣ୍ଡରେ ନିଆଁ ପୁଇଁ ହେଉଥିବା ବେଳେ ଜଙ୍ଗଲୀ ବାରହା କଲା ଆକ୍ରମଣ: ୯ ଆହତ, ୩ ଗୁରୁତର

କାମାକ୍ଷାନଗର(କେନ୍ଯୁଜ୍): ଜଙ୍ଗଲୀ ବାରହା ଆକ୍ରମଣରେ ୯ ଆହତ । ୩ ଗୁରୁତର । ଢେଙ୍କାନାଳ ପର୍ଜଙ୍ଗ ଥାନା ବାଘୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଗାଁର କିଛି ଲୋକ ଦାଣ୍ଡରେ ନିଆଁ ପୁଇଁ ହେଉଥିବା ବେଳେ ଏକ ଜଙ୍ଗଲୀ ବାରହା ଆକ୍ରମଣ କରିଥିଲା ।

ଫଳରେ ସେଠାରେ ଥିବା ୯ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ପ୍ରଥମେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲି ଜନ୍ତୁଙ୍କ ଦୌରାତ୍ମ୍ୟ ଯୋଗୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.