ଗୁରୁବାର ଠାରୁ ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ବିକ୍ଷିପ୍ତ ଝଡ଼ବର୍ଷା, ଓଡିଶାରେ ପଡିବ ପ୍ରଭାବ

ମହାରାଷ୍ଟ୍ର ଠାରୁ ଓ଼ଡିଶା ଓ କେରଳ ଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରହିବ ବିକ୍ଷିପ୍ତ ଝଡ଼ବର୍ଷା। ଉତ୍ତର ଓଡ଼ିଶାରେ ଶୁଷ୍କ ଓ ଗରମ ଅନୁଭୂତ ହେବ। ଆସନ୍ତା ସପ୍ତାହରୁ ଦେଶରେ ଶୁଷ୍କ ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଜାସନ୍‌ ନିକୋଲ୍‌ସ ଆକଳ କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): କାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ଝଡ଼ବର୍ଷା ସମ୍ଭାବନା। ଗୁରୁବାର ଠାରୁ ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ବିକ୍ଷିପ୍ତ ଝଡ଼ବର୍ଷା। ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ। ମହାରାଷ୍ଟ୍ର ଠାରୁ ଓ଼ଡିଶା ଓ କେରଳ ଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରହିବ ବିକ୍ଷିପ୍ତ ଝଡ଼ବର୍ଷା। ଉତ୍ତର ଓଡ଼ିଶାରେ ଶୁଷ୍କ ଓ ଗରମ ଅନୁଭୂତ ହେବ। ଆସନ୍ତା ସପ୍ତାହରୁ ଦେଶରେ ଶୁଷ୍କ ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଜାସନ୍‌ ନିକୋଲ୍‌ସ ଆକଳ କରିଛନ୍ତି।

ସେପଟେ ଉତ୍ତର ପୂର୍ବ ବାଂଲାଦେଶ ଓ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରବାହରେ ସୃଷ୍ଟ ଟ୍ରାପ୍‌ଲାଇନ ଫଳରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ଓ ବିଜୁଳି ସହ ଘଡ଼ଘଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଗାମୀ ୫ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.