ଏସ୍‌ସିବି କାଜୁଆଲିଟି ବିଲ୍‌ଡିଂରେ ଅଗ୍ନିକାଣ୍ଡ !

କଟକ : ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି ଏସ୍‌ସିବି କାଜୁଆଲିଟି ବିଲ୍‌ଡିଙ୍ଗରେ। ଏଥିରେ ଆଇସିୟୁର ଏସି ପୋଡିଯିବା ସହ ଅକ୍ସିଜେନ୍ ପାଇପ ବି ଲିକ୍ ହୋଇଛି। ଫଳରେ ଚିକିତ୍ସାଧୀନ ରୋଗୀ ଓ ସମ୍ପର୍କୀୟଙ୍କ ଭିତରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି। ଅଗ୍ନିକାଣ୍ଡ ପରେ କାଜୁଆଲ୍‌ଟି ବିଲଡିଂରେ ବିଦ୍ୟୁତ କାଟ କରିଦିଆଯାଇଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ।

You might also like