କୋଭିଡ଼ ପାଇଁ SCB ମେଡ଼ିକାଲ କଲେଜ ସମ୍ପୂର୍ଣ୍ଣ ପ୍ରସ୍ତୁତ, ୬୦୦ ଶଯ୍ୟା ପ୍ରସ୍ତୁତ

କଟକ(କେନ୍ୟୁଜ୍):କୋଭିଡ ମୁକାବିଲା ନେଇ SCB ମେଡ଼ିକାଲ କଲେଜ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରଖାଯାଇଛି । କୋଭିଡ ଦୃଷ୍ଟିକୋଣରୁ ଅତି ଜରୁରୀ ନଥିଲେ ଚିକିତ୍ସା ପାଇଁ SCB ଆସନ୍ତୁ ନାହିଁ । ଟେଲି କନସଲଟେସନ ଜରିଆରେ ପରାମର୍ଶ ନେବାକୁ ଚେଷ୍ଟା କରନ୍ତୁ। ଏସସିବିରେ ପ୍ରତି ଦିନ ଛଅ ହଜାର କୋଭିଡ ନମୁନା ପରୀକ୍ଷା କରାଯାଉଛି।

କୋଭିଡ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ୧୪୦ଆଇସିୟୁ ପ୍ରସ୍ତୁତ ରଖାଯାଇଛି। ୬୦୦ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଏବେ ୧୦୦ଟି ଶଯ୍ୟାରେ କୋଭିଡ ଆକ୍ରାନ୍ତ ଅଛନ୍ତି। ଇକମୋ ଚିକିତ୍ସାରେ କୌଣସି ରୋଗୀ ନାହାନ୍ତି। SCB ମେଡ଼ିକାଲ କଲେଜ ପ୍ରିନ୍ସିପାଲ ଡିନ ପ୍ରଫେସର ଦତ୍ତେଶ୍ୱର ହୋତା ଏହି ସୂଚନା ଦେଇଛନ୍ତି।