ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ, ଦିଲ୍ଲୀ ଏମ୍ସ ଗଲା ଏସସିବିର ଏକ ଟିମ
ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । କଟକ ଏସସିବି ବଡ଼ ମେଡିକାଲରେ ସେମାନଙ୍କ ଚିକିତ୍ସା କରାଯିବ। ଏନେଇ ଏକ ଟିମ ଏସସିବିରୁ ଦିଲ୍ଲୀ ଏମ୍ସ ଯାଇଛନ୍ତି । ଏଥିରେ ଶିଶୁ ବିଭାଗର ୨ଜଣ ବିଶେଷଜ୍ଞ ଅଛନ୍ତି । ଏମ୍ସ ଡାକ୍ତରଙ୍କଠାରୁ ତଥ୍ୟ ନେବେ SCB ଟିମ୍ । ଜଗାବଳିଆଙ୍କ ସହ ଆସିବେ ଏମ୍ସର ଏକ ୪ଜଣିଆ ପାରା ମେଡିକାଲ ଟିମ୍ । ୭ ତାରିଖରେ କଟକରେ ପହଞ୍ଚିବେ ଜଗାବଳିଆ । SCB ଅଧିକ୍ଷକ ପ୍ରଫେସର ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି ।
ଘରକୁ ଫେରିବା ନେଇ ଜଗା ବଳିଆଙ୍କ ବାପା ମାଆ ସରକାରଙ୍କୁ ଜଣାଇଥିଲେ । ଏବେ ସେମାନେ ଓଡ଼ିଶା ଫେରୁଥିବାରୁ ବେଶ୍ ଖୁସି ଅଛନ୍ତି । ୨୦୧୭ ମସିହାରେ ଦିଲ୍ଲୀ ଏମସରେ ସର୍ଜରୀ କରି କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅଲଗା କରାଯାଇଥିଲା । ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ । ଅପରେସନ୍ ପରେ ଜଗା ବଳିଆଙ୍କୁ ଏମସ୍ର ପ୍ରାଇଭେଟ୍ ଓ୍ଵାର୍ଡକୁ ସିପ୍ଟ କରାଯାଇଥିଲା । ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା ।