ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଦ୍ଧିବଦ୍ଧ ବିଜ୍ଞପ୍ତି । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ । ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ରହିଛି । ୨୭ରେ ପ୍ରାର୍ଥୀପତ୍ର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୩ରେ ଦିନ ୯ଟାରୁ ଅପରାହ୍ ଣ ୪ଟା ମଧ୍ୟରେ ନିର୍ବାଚନ ହେବ ।
ସେହିଦିନ ଭୋଟ ଗଣିତ ହୋଇ ଫଳାଫଳ ପ୍ରକାଶ ପାଇବ । ସମୁଦାୟ ୯ଟି ରାଜ୍ୟର ୧୨ ଟି ଆସନ ପାଇଁ ନିର୍ବାଚନ ହେଉଛି । ବିଧାନସଭାରେ ସଂଖ୍ଯା ଦୃଷ୍ଟିରୁ ଆସନଟି ବିଜେପି ଖାତାକୁ ଯିବ । ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପିରୁ କିଏ ପ୍ରାର୍ଥୀ ହେବେ ? ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନିକଟରେ ରାଜ୍ୟସଭା ପଦ ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ସେ ବିଜେପିରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।