ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌ । ୨୫ ତାରିଖରୁ ଅଷ୍ଟମ ଓ ୨୧ ତାରିଖରେ ଖୋଲିବ ଏକାଦଶ ଶ୍ରେଣୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୂଜା ଛୁଟି ପରେ ଏହି ଦୁଇ ଶ୍ରେଣୀ ଖୋଲିବା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ବିଭାଗ ପକ୍ଷରୁ ଡିଇଓ ଓ ବିଇଓଙ୍କୁ ନେଇ ବୈଠକ ମାଧ୍ୟମରେ ନିର୍ଦ୍ଦେଶ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଓ ଏକାଦଶ ଶ୍ରେଣୀ ପାଠପଢା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି। କଣ୍ଟେନମେଣ୍ଚ ଜୋନ ବାହାରେ ଥିବା ସ୍କୁଲରୁ ଖୋଲିବାକୁ ଅନୁମତି ମିଳିବ।

କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ। ଶ୍ରେଣୀଗୃହରେ ପାଠପଢା ପୂର୍ବରୁ ସମସ୍ତ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବୋରେଟୋରୀ, ଟଏଲେଟ ଆଦିକୁ ବିଶୋଧନ କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ପିଇବା ପାଣି, ସାନିଟାଇଜେସନର ପର୍ଯ୍ୟାପ୍ତ ସୁବିିଧା ମହଜୁଦ ରଖିବେ ସ୍କୁଲ କର୍ତ୍ତୃପକ୍ଷ। ସ୍କୁଲକୁ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯିବ ନାହିଁ। ପିଲାଙ୍କୁ ସ୍କୁଲକୁ ନେବା ଆଣିବା ଦାୟିତ୍ୱ ଅଭିଭାବକମାନେ ତୁଲାଇବେ। ସ୍କୁଲକୁ ଆସିବାକୁ ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇ ପାରିବନାହିଁ। ଅଭିଭାବକଙ୍କ ସମ୍ମତିରେ ସେମାନଙ୍କୁ ସ୍କୁଲକୁ ଛଡ଼ାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.