କଟକ: ଭାରସାମ୍ଯ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ୍ ବସ୍, ଅଳ୍ପକେ ବର୍ତ୍ତିଲେ ୭ ପିଲା
କଟକ(କେନ୍ୟୁଜ୍): ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୭ ଛାତ୍ରଛାତ୍ରୀ । କଟକ ସିଡିଏ-୧୧ ନମ୍ବର ଅଞ୍ଚଳରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ୍ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ବସ୍ । ଡିଭାଇଡରରେ ପିଟି ହେବା ପରେ ବସ୍ଟି ପାଖରେ ଥିବା ଏକ ଗଛ ଭିତରେ ପଶି ଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ବାହାର କରିଛନ୍ତି। ଘଟଣାସ୍ଥଳରେ ଫେଜ୍-୨ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ବସ୍ଟି ସ୍କୁଲ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।