ରାଇରଙ୍ଗପୁର: ଧକ୍କା ଦେଲା ଘରୋଇ ସ୍କୁଲ ବସ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଁଳାଡୁବା ଠାରେ ଛିଡ଼ା ହୋଇଥିବା ଏକ ଅଟୋ ଓ ଦୁଇଟି ବାଇକକୁ ଧକ୍କା ଦେଲା ଘରୋଇ ସ୍କୁଲ ବସ । ଧକ୍କା ଦେବା ପରେ ବାଇକକୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ଛାତ୍ରଛାତ୍ରୀ । ଉତ୍ୟକ୍ତ ଲୋକେ ବସ ଚାଳକଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିବା ସହ ବସକୁ ଜବତ କରିଛି ।
ସୂଚନା ଅନୁସାରେ ଗତକିଛି ଦିନ ତଳେ ସମ୍ବଲପୁର ପରମାନପୁରରେ ବାଇକ ସହ ଧକ୍କା ହେବାରୁ ଓଲଟି ଥିଲା ଅଟୋ । ଅଟୋଟି ବିଶାଲଖିଣ୍ଡାରୁ ପରମାନପୁର ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲକୁ ଯାଉଥିଲା । ତେବେ ଅଟୋ ସାମ୍ନାକୁ ଏକ ବାଇକ ପଶିଆସିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଅଟୋ ତଳେ ଛାତ୍ରଛାତ୍ରୀମାନେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଆହୁରି ପଢ଼ନ୍ତୁ : ଗ୍ୟାସ ଅଭାବ ଯୋଗୁଁ ଯୋଗାଣ ବିଭାଗର ବଡ଼ ପଦକ୍ଷେପ, ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର