ହୁତୁହୁତୁ ହୋଇ ଜଳିଗଲା ସ୍କୁଲ ବସ୍, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ହୁତୁହୁତୁ ହୋଇ ଜଳିଗଲା ସ୍କୁଲ ବସ୍ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ବସ୍ ଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ । ଢେଙ୍କାନାଳ ଜିଲ୍ଲା ବଳରାମ ମନ୍ଦିର ନିକଟରେ ଥିବା ଏକ ଘରୋଇ ସ୍କୁଲର ବସ୍ ହୁ ହୁ ହୋଇ ଜଳି ପାଉଁଶ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସ୍କୁଲ ପରିସରରେ ୨ଟି ବସ୍ ମଧ୍ୟରୁ ଗୋଟିଏ ବସ୍ ରେ ହଠାତ ନିଆଁ ଲାଗି ଯାଇଥିଲା । ଭାଗ୍ୟବଶତଃ ନିଆଁ ଲାଗିବା ସମୟରେ କେହି ନଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବ୍ୟାଟେରିରୁ ସର୍ଟସର୍କିଟ ହୋଇ ନିଆ ଲାଗିଥିବା ଅନୁମାନ କରାଯାଉଛି । ଖବରପାଇ ସଦର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।