କଟକ(କେନ୍ୟୁଜ୍): ରାଜ୍ୟରେ ଜୋରଦାର ହୋଇଛି ସ୍କୁଲ ବସ ସମେତ ଅନ୍ୟ ସ୍କୁଲ ପରିବହନ ଚେକିଂ। ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ହୋଇଛି ଏହି ଚେକିଂ । କଟକରେ ପ୍ରଥମ ଦିନରେ ୨୫ ଟି ସ୍କୁଲ ଗାଡି ଚେକିଂ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୨୨ ଟି ଗାଡି ଚେକିଂ ହୋଇଛି।ପ୍ରଥମ ଦିନରେ ମୋଟ ୧୦୫ ଟି ବସ, ୮୭ ଟି ଟାଟା ମ୍ୟାଜିକ ଭ୍ୟାନ, ୪୪ ଟି ଅଟୋ ଗାଡି ଚେକିଂ କରିଛି ବିଭାଗ । ମୋଟ ୨୩୫ ଟି ଚାଲାଣ ଇସ୍ୟୁ କରାଯାଇ ଥିବା ବେଳେ ଫିଟନେସ ସାର୍ଟିଫିକେଟ ୧୭୩ ଟି ଯାନ ନଥିବାର ଦେଖାଯାଇଛି।
ସେହିଭଳି ୮୫ ଟି ଗାଡ଼ିରେ ପରିମିଟ ନଥିବା ବେଳେ ୯୮ ଟି ଗାଡ଼ିରେ ଇନ୍ସୁରାନ୍ସ ନାହିଁ। ୫୧ ଟି ଗାଡିର ପଲ୍ୟୁସନ ସାର୍ଟିଫିକେଟ ନଥିବାର ମିଳିଛି। ୨୫ ଟି ଗାଡି ଟ୍ୟାକ୍ସ ଦେଇ ନଥିବା ଜଣାପଡିଛି। ସେହିଭଳି ୫୯ ଟି ଗାଡ଼ିରେ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ। ରାଉରକେଲାରେ ଦୁଇଟି ସ୍କୁଲ ବସ ଜବତ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଚେକିଂ ଜୋରଦାର ଭାବେ ଚାଲିବ।